ମାନଚିତ୍ରରୁ ହଟିବ ଏହି ସହର
ମାନଚିତ୍ରରୁ ହଟିବ ଏହି ସହର
ଭିନ୍ନ ଭିନ୍ନ କାରଣ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନ ଲୋକ୍ରିୟତା ହାସଲ କରିପାରିଛି । ଏବେ ଏଭଳି ଏକ ସହରକୁ ନେଇ ଚର୍ଚ୍ଚା ହେଉଛି ଯାହା ବେଶ କୌତୁହଳପୂର୍ଣ୍ଣ । ଗତ ୩୧ ତାରିଖରେ ଉକ୍ତ ଅଞ୍ଚଳର କତ୍ତୃପକ୍ଷମାନେ ପୂରା ସହରକୁ ଖାଲି କରିଛନ୍ତି । କାରଣ ମଣିଷ ପାଇଁ ଏହି ସ୍ଥାନ ଆଦୌ ସୁରକ୍ଷିତ ନୁହେଁ । ସେଥିାଇଁ ଏହାକୁ ସବୁଦିନ ପାଇଁ ଖାଲି କରାଯାଉଛି ।
ଅଷ୍ଟ୍ରେଲିଆର ୱିଟ୍ଟେନୁମ ସହର । ଖଣି ନଗର ନାମରେ ପରିଚିତ । କିନ୍ତୁ ଏବେ ଏହାକୁ ଅଷ୍ଟ୍ରେଲିଆ ଚେର୍ନୋବିଲ ନାମରେ ସମ୍ବୋଧନ କରାଯାଉଛି । ୱିଟ୍ଟେନୁମ ସହରର ବାୟୁ ଏତେ ବିଷାକ୍ତ ହୋଇଥିଲା ଯେ ଏଠାରେ ଶ୍ୱାସକ୍ରିୟା ନେବା ମୁସ୍କିଲ ହୋଇଯାଇଥିଲା । ନିଶ୍ୱାସ ପ୍ରଶ୍ୱାସରେ ଜୀବନ ବଞ୍ଚିବାର ଆଶଙ୍କା ଅଣାଦେଖା କରାଯାଇ ପାରୁନଥିଲା । ଏଥିପାଇଁ ସହରରୁ ସମସ୍ତ ବାସିନ୍ଦାଙ୍କୁ ବାହାର କରି ଏହାକୁ ସ୍ଥାୟୀ ଭାବେ ଖାଲି କରାଯାଇଛି । ସହରକୁ ମାନଚିତ୍ରରୁ ହଟାଇବାକୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୱିଟ୍ଟେନୁମ କ୍ଳୋଜର ଅଧିନିୟମ ଅନୁସାରେ, ଗତ ଅଗଷ୍ଟ ୩୧ ତାରିଖ ପର୍ପ୍ୟନ୍ତ ସହର ଖାଲି କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ଲୋକେ ଯଦି ନିଜେ ସହର ଖାଲି ନ କରିବେ, ଜୋର ଜବରଦସ୍ତ ସେମାନଙ୍କୁ ବାହାର କରିବାକୁ ନିଦେ୍ର୍ଧଶ ଜାରି ହୋଇଥିଲା । ୧୯୪୩ ମସିହାରେ କିଛି ପରିବାର ଏଠାରେ ରହିବା ଆରମ୍ଭ କରିଥିଲେ । ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାର ବିଷାକ୍ତ ଗ୍ୟାସ ନିର୍ଗତ ହେଉଥିଲା । ସେଥିରେ ଧିରେ ଧିରେ ଲୋକମାନଙ୍କର ମରିବାକୁ ଲାଗିଲେ ।
୧୯୬୬ ମସିହାରେ ୱିଟ୍ଟେନୁମ ଖଣିକୁ ବନ୍ଦ କରାଗଲା ଏବଂ ଖଣି ଖନନକୁ ନିଷିଦ୍ଧ କରାଗଲା । ଏହା ପରେ ବି ଲୋକମାନେ ବିଷାକ୍ତ ଅଞ୍ଚଳକୁ ଖାଲି କଲେ ନାହିଁ ଫଳରେ ଏଠାରେ ବସବାସ କରୁଥିବା ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଲେ । ପ୍ରତି ୧୦ ଜଣରେ ଜଣେ ହାରରେ ଲୋକ ପ୍ରାଣ ହରାଇଲେ । ୨୦୦୬ ମସିହାରେ ଅଷ୍ଟ୍ରେଲିଆ ସରକାର ୱିଟ୍ଟେନୁମରୁ ସହରର ମାନ୍ୟତା ଛଡାଇ ନେବାକୁ ନିଷ୍ପତ୍ତି ନେଲେ । ୨୦୦୭ରେ ଏହି ଆଦେଶ ଲାଗୁ କରାଗଲା । ଗତ ୩୧ ତାରିଖରେ ଏହି ସହରରେ ରହୁଥିବା ଶେଷ ବ୍ୟକ୍ତି ସହର ଛାଡିଛନ୍ତି । ଏବେ ଏହା ଜନଶୂନ୍ୟ ।




admin 