ମହାକାଶରେ ଧାନ ଗଛ ବଢିଲା

ମହାକାଶରେ ଧାନ ଗଛ ବଢିଲା

ମହାକାଶରେ ଧାନ ଗଛ ବଢିଲା

ଚୀନର ମହାକାଶଚାରୀମାନେ ଟିଆନଗଙ୍ଗ ମାହାକାଶ ଷ୍ଟେସନରେ ସଫଳତା ପୂର୍ବକ ଧାନ ଗଛ ବଢାଇଛନ୍ତି ।  ଦୀର୍ଘକାଳୀନ ମହାକାଶଚାରୀମାନେ କିଭଳ ମହାକାଶକୁ ଖାଦ୍ୟ ଚାଷ କରିପାରିବେ, ସେ କ୍ଷେତ୍ରରରେ ଏହି ପରୀକ୍ଷା ଗୁରୁତ୍ତପୂର୍ଣ୍ଣ ତଥ୍ୟ ପ୍ରଦାନ  କରିପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ପୂର୍ବରୁ ମହାଆକାଶରେ ଧାନ ଗଛ ବଢାଇବା ଉପରେ ପରୀକ୍ଷା ହୋଇଛି ।  କିନ୍ତୁ ଟିଆନଗଙ୍ଗ ମହାଆକାଶ ଷ୍ଟେସନରେ  ଏପ୍ରକାର ପ୍ରୟାସ ପ୍ରଥମ  । ଧାନ ଚାରାର ସମ୍ପୁର୍ଣ୍ଣ  ଜୀବନ ଚକ୍ରର ପ୍ରୟାସ ପ୍ରଥମ ଥର  ହୋଇଛି । ଧାନର ରୋପଣରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା  । ଧାନ ଗଛ ଉଠିବାଠୁ ଧାନ ଫଳିବା ଓ ନୂଆ ବିହନ ସୃଷ୍ଟି ହେବା ପରେ ଚକ୍ର ଶେଷ ହୋଇଥାଏ ।

ଗତ ଜୁଲାଇ ୨୪ ତାରିଖରେ ଚୀନ ନିଜର ମହାକାଶ ଷ୍ଟେସନ ତିଆନହି କୋର ମଡ୍ୟୁଲ ଜରିଆରେ ପୃଥିବୀ କକ୍ଷରେ ୱେଣ୍ଟିଆନ ସ୍ପେସ ଲାବୋରେଟୋରୀ ଲଞ୍ଚ କରିଥିଲା । ଏହି ମହାଆକାଶ ଲ୍ୟାବ ଦେଶର ସର୍ବବୃହତ ଭାରୀ ମହାକାଶଯାନ । ଏହାର ଉଚ୍ଚତା ୧୭.୯ ମିଟର ,ଓଜନ ୨୩ ମେଟ୍ରିକ ଟନ  । ଏଥିରେ ୮ ପରୀକ୍ଷାଣ କରାଯାଉଛି । ତନ୍ମଧ୍ୟରେ ଧାନ ପରୀକ୍ଷଣ ଅନ୍ୟତମ  ।

ମଲିକ୍ୟୁଲାର ପ୍ଲାଣ୍ଟ ସାଇନ୍ସେସରେ ସେଣ୍ଟର  ଫର ଏକ୍ସିଲେନ୍ସର  ଗବେଷକ ଝେଙ୍ଗ  ହିଇକିଓଙ୍ଗ  କହିଛନ୍ତି ,ଗତ ଜୁଲାଇ ମାସରୁ ମହାକାଶ ଷ୍ଟେସନରେ ଧାନ ଚାଷ ପରୀକ୍ଷଣ  ଆରମ୍ଭ ହୋଇଥିଲା ।  ଟଲ ଶୁଟ କିସମର ଧାନ ଗଛ ଯାହାର ଉଚ୍ଚତା ପ୍ରାୟ ୩୦ ସେମି । ଧାନ ଗଛ ସହ ଏଠାରେ ସୋରିଷର କେ ବିସମ ଆରାବିଡୋପସିସ ଥାଲିଆନା ନାମକ ଫୁଲ ଗଛ ମଧ୍ୟ ଗବେଷକମାନେ ଏଠାରେ ଫଳାଇଛନ୍ତି । ୧୯୮୦ ମସିହାରୁ ଚୀନ  ଧାନ ଓ ଅନ୍ୟ ମଞ୍ଜି ପଠାଉଛି ।