ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି: ବୋର୍ଡ
ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି: ବୋର୍ଡ

ଭୁବନେଶ୍ୱର: ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ମାମଲା । ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରତିକ୍ରିୟା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ମାର୍କ କମିବା ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ସଭାପତି । ସେ କହିଛନ୍ତି, ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି । କାହାର ମାର୍କ କମିନି, ମୋଡରେସନ ପଲିସି ଅନୁସାରେ ମାର୍କ ମିଳିଛି । ସ୍କୁଲରୁ ଯେଉଁ ମାର୍କ ଆସିଥିଲା ସେହି ଅନୁସାରେ ମୂଲ୍ୟାୟନ କରିଛୁ ବୋଲି ବୋଡ ସଭାପତି କହିଛନ୍ତ । ୪ ବର୍ଷର ଫଳାଫଳକୁ ତର୍ଜମା କରି ମାର୍କ ଦିଆଯାଇଛି । ଅସନ୍ତୁଷ୍ଟ ଚାହିଁଲେ ପୁଣି ଥରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧୁରିବା ପରେ ଅଫଲାଇନରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି ।