ମାଓବାଦୀଙ୍କ ବିରୋଧରେ ତାତିଲେ ସ୍ଥାନୀୟ ବାସିନ୍ଦା, ଜଣେ ମାଓ ନେତାଙ୍କୁ ପଥରରେ ଛେଚି ମାରିଲେ

ମାଓବାଦୀଙ୍କ ବିରୋଧରେ ତାତିଲେ ସ୍ଥାନୀୟ ବାସିନ୍ଦା, ଜଣେ ମାଓ ନେତାଙ୍କୁ ପଥରରେ ଛେଚି ମାରିଲେ

ମାଓବାଦୀଙ୍କ ବିରୋଧରେ ତାତିଲେ ସ୍ଥାନୀୟ ବାସିନ୍ଦା, ଜଣେ ମାଓ ନେତାଙ୍କୁ ପଥରରେ ଛେଚି ମାରିଲେ
ମାଲକାନଗିରି/ଚିତ୍ରକୋଣ୍ଡା - ଆଦିବାସୀମାନେ ଏବେ ମାଓ ସମର୍ଥନ ଛାଡ଼ି ପୁଲିସ ଓ ପ୍ରଶାସନ ମୁହାଁ ହୋଇଛନ୍ତି । । ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ତୀବ୍ର ହୋଇଛି ମାଓ ବିରୋଧୀ ସ୍ୱର । ଏହି କ୍ରମରେ ଜନରାଜ୍ୟ ଦିବସ (ରବିବାର) ରେ ସ୍ୱାଭିମାନ ଅଞ୍ଚଳରେ ଗୋଟିଏ ଗ୍ରାମରେ ପଶି ମାଓବାଦୀମାନେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଉତ୍ୟକ୍ତ ଲୋକେ ଜଣକୁ ପଥରରେ ଛେଚି ହତ୍ୟା କରିଛନ୍ତି । ମାଲକାନଗିରି ଏସପିଙ୍କ ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କିଛି ମାଓବାଦୀ ଜନ୍ତୁରାଇ ଗ୍ରାମକୁ ଆସି ଗ୍ରାମବାସୀଙ୍କୁ ଏହି ଅଞ୍ଚଳରେ ବିକାଶରେ ପୁଲିସ ପ୍ରଶାସନକୁ କାହିଁକି ସହଯେଗା କରୁଛ ବୋଲି ପ୍ରଶ୍ନ କରିବା ସହ କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ନାମ ଧରି ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବାକୁ ଧମକ ଦେଇଥିଲେ । ପରେ ଏହି ଅଞ୍ଚଳବାସୀ ମାଓବାଦୀଙ୍କ ସହ ଏହି ଅଞ୍ଚଳର ବିକାଶକୁ ନେଇ ପୁଲିସ ସହ ଯୋଗକରିବୁ । ୭୦ ବର୍ଷ ଜଳବନ୍ଦୀ ଜୀବନଯାପନ ପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା ଏବଂ ବିକାଶ ଆମ ନିକଟରେ ପହଞ୍ଚିଛି । ତେଣୁ ଆମେ ଆଉ ଲାଲ ବାହିନୀକୁ ସହଯୋଗ କରିବୁ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ । ଏହି ଘଟଣା ପରେ ଉଭୟ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ପରେ ଲାଲ ବାହିନୀ କ୍ରୋଧିତ ହୋଇ ଗ୍ରାମବାସୀଙ୍କୁ ଆକ୍ରମଣ କରିବା ସହ ଛଅଟି ଘର ଓ ମଟର ସାଇକେଲ ମଧ୍ୟ ପୋଡ଼ି ଦେଇଥିଲେ । ଏଥିସହ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ । ଗ୍ରାମବାସୀ ଉତ୍ୟକ୍ତ ହୋଇ ଗଙ୍ଗା ମାଡକାମୀ ଓରଫ ଆଡମା ନାମକ ଜଣେ ମିଲିସିଆ ମାଓ କମାଣ୍ଡରକୁ ପଥରରେ ଛେଚି ହତ୍ୟା କରିଥିଲେ ।