ମା' ହେଲେ ଆଲିଆ, ବାପା ହେଲେ ରଣଵୀର କପୁର

ମା' ହେଲେ ଆଲିଆ, ବାପା ହେଲେ ରଣଵୀର କପୁର

ମା' ହେଲେ ଆଲିଆ, ବାପା ହେଲେ ରଣଵୀର କପୁର

ମୁମ୍ବାଇ: ନୂଆ ନୂଆ ବାପା ମାଆ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଘରକୁ ଆସିଛି ନହ୍ନି ପରୀ। ନିଜର ବେବି ଗାର୍ଲକୁ ନେଇ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉତ୍ସାହିତ ଅଛନ୍ତି। ତେବେ ମାଆ ହେବା ପରେ ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଆଲିଆ। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି।

ଆଲିଆ ଭଟ୍ଟ କିଛି ସମୟ ପୂର୍ବରୁ ଏକ ଇନଷ୍ଟା ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟରେ ସିଂହ-ସିଂହୀ ଏବଂ ତାଙ୍କ ଛୁଆର ଏକ କାର୍ଟନ୍ ଫଟୋ ସେୟାର କରାଯାଇଛି। ଫଟୋରେ ଲେଖା ହୋଇଛି -ଆମ ଜୀବନର ସର୍ବୋତ୍ତମ ଖବର। ଆମର ଶିଶୁ ଆସିଛି, ଏବଂ ଏହି ଶିଶୁ କନ୍ୟା ବହୁତ ଯାଦୁଗରୀ। ଆମେ ପ୍ରେମରେ ପରିପୂର୍ଣ୍ଣ, ଭାଗ୍ୟବାନ ଏବଂ ପିତାମାତା ହୋଇଛୁ । ଏବଂ ଶେଷରେ ଲେଖା ହୋଇଛି ଆଲିଆ ଏବଂ ରଣବୀରଙ୍କ ଠାରୁ ବହୁତ ପ୍ରେମ ।

କହିବାକୁ ଗଲେ ଆଲିଆ ଏବଂ ରଣବୀରଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ବର୍ତ୍ତମାନ ଉଭୟ ପିତାମାତା ହୋଇଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଲକ୍ଷ୍ମୀ ଘରକୁ ଆସିଛନ୍ତି ବୋଲି କହୁଛନ୍ତି। ତେବେ ଏବେ ସମସ୍ତଙ୍କ ନଜର ଆଲିଆ ଓ ରଣବୀରଙ୍କ ବେବି ଗାର୍ଲର ପ୍ରଥମ ଝଲକ।