ମସଜିଦରେ ହନୁମାନ ଚାଳିଶା ପଢିଲେ ୪ ଯୁବକ : ତା ପରେ କଣ ହେଲା ଜାଣନ୍ତୁ

ମସଜିଦରେ ହନୁମାନ ଚାଳିଶା ପଢିଲେ ୪ ଯୁବକ : ତା ପରେ କଣ ହେଲା ଜାଣନ୍ତୁ

ମସଜିଦରେ ହନୁମାନ ଚାଳିଶା ପଢିଲେ ୪ ଯୁବକ : ତା ପରେ କଣ ହେଲା ଜାଣନ୍ତୁ
ମଥୁରା : ମଥୁରାର ଏକ ମସଜିଦରେ ୪ ଜଣ ଯୁବକ ହନୁମାନ ଚାଳିଶା ପଢିଛନ୍ତି । ବର୍ସାନାର ଏକ ମସଜିଦରେ ଏହି ୪ ଯୁବକ ହନୁମାନ ଚାଳିଶା ପଢିବା ସହିତ ଜୟ ଶ୍ରୀରାମର ନାରା ଲଗାଇଥିଲେ । ଏହି ଘଟଣା ପରେ ସାମାଜିକ ସଦଭାବନାକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗରେ ପୋଲିସ ଉକ୍ତ ୪ ଯୁବକଙ୍କୁ ଗିରଫ କରିଛି । ୪ ଯୁବକ ହେଉଛନ୍ତି ସୌରଭ, ରାଘବ ମିତ୍ତଲ, କାହ୍ନା ଏବଂ କ୍ରିଷ୍ଣା ଠାକୁର । ଉଲ୍ଲେଖଯୋଗ୍ୟ ଯେ, ମଥୁରାରେ ରହିଥିବା ନନ୍ଦବାବା ମନ୍ଦିରରେ କିଛି ମୁସଲିମ ଯୁବକ ନମାଜ ପଢିବା ସହିତ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ କରିଥଲେ । ଏହାକୁ ପ୍ରତିବାଦ କରି ଏହି ୪ ଯୁବକ ଆଜି ମସଜିଦ ମଧ୍ୟରେ ହନୁମାନ ଚାଳିଶା ପଢିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମଥୁରାର ନନ୍ଦ ବାବା ମନ୍ଦିରରେ ଅକ୍ଟୋବର ୨୯ ତାରିଖରେ ୨ ଜଣ ମୁସଲିମ ଯୁବକ ନମାଜ ପଢିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ଦିଲ୍ଲୀର ଫୈଜଲ ଖାନଙ୍କୁ ଗିରଫ କରିଥିବା ଅନ୍ୟ ୩ ଅଭିଯୁକ୍ତ ଚାନ୍ଦ ମହମ୍ମଦ, ଆଲୋକ ରତନ ଏବଂ ନୀଲେଶ ଗୁପ୍ତାଙ୍କୁ ଚିହ୍ନଟ କରିଛି । ଏହି ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସ୍ଥାନୀୟ ମାଜିଷ୍ଟ୍ରେଟ ପ୍ରକାଶ କରିଛନ୍ତି ।