ମଲାଇ ଚିଙ୍ଗୁଡି

ମଲାଇ ଚିଙ୍ଗୁଡି

ମଲାଇ ଚିଙ୍ଗୁଡି
ସମାଗ୍ରୀ: - ଅଧକିଲେ ଚିଙ୍ଗୁଡି - ୧ ଟି ଛୋଟ ବିଲାତି ବାଇଗଣ - ୨ଟି ପିଆଜ - ୧ ଚାମଚ ଲଙ୍କା ପାଉଡର - ୧ ଚାମଚ ହଳଦୀ - ୧ ଚାମଚ ଗରମ ମସଲା - ଅଧା ଚାମଚ ଚିନି - ୩ଟି ବଡ ରସୁଣ କୋଲା - ଖଣ୍ଡେ ଛୋଟ ଅଦା - ଏକ କପ ନଡିଆ କୋରା - ୧ ଚାମଚ ତେଲ - ସ୍ୱାଦ ଅନୁଯାୟୀ ଲୁଣ ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିକୁ ଧୋଇ ରଖନ୍ତୁ ।ଏହାପରେ ଅଦା , ପିଆଜ ଓ ରସୁଣକୁ ବାଟି ରଖନ୍ତୁ । ଏହାପରେ କୁକରରେ ତେଲ ଦେଇ ସେହି ବଟା ମସଲାରେ ଗରମ ମସଲା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ । ଏହା ଲାଲ ହେବା ପରେ ସେଥିରେ କଟା ବିଲାତି ବାଇଗଣ, ନଡିଆ କୋରା, ଆଉ ଅଧା ଚାମଚ ଗରମ ମସଲା, ଚିନି ଓ ଲୁଣ ପକାଇ ଡାଙ୍କୁଣି ବନ୍ଦ କରନ୍ତୁ । ସମ୍ପୂର୍ଣ୍ଣ ଆଂଚରେ ପ୍ରେସର ଆଣିବା ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ମଲାଇ । ନିଜେ ଖାଆନ୍ତୁ ଏବଂ ଅତିଥିଙ୍କୁ ଗରମ ଗରମ ପରଷନ୍ତୁ ।