ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ମୁଖ୍ୟ ଶାସନ ସଚିବ

ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ମୁଖ୍ୟ ଶାସନ ସଚିବ

ମନ୍ଦିର ଖୋଲିବା ନେଇ ସଂକେତ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର : ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଯୋଜନା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟୁଇଟ୍‌ କରି ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।