ମନ୍ତ୍ରୀଙ୍କୁ ସୁରକ୍ଷା, ଆଇଆଇସିଙ୍କୁ ନିଲମ୍ବନ

ମନ୍ତ୍ରୀଙ୍କୁ ସୁରକ୍ଷା, ଆଇଆଇସିଙ୍କୁ ନିଲମ୍ବନ

ମନ୍ତ୍ରୀଙ୍କୁ ସୁରକ୍ଷା, ଆଇଆଇସିଙ୍କୁ ନିଲମ୍ବନ

ଭୁବନେଶ୍ୱର :ବିରୋଧୀ ଯାହା ଆଶଙ୍କା କରୁଥିଲେ, ସରକାର ସେଇଆ କଲେ। ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି ସରକାର । ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ବଳି ପକାଇଛନ୍ତି ଥାନା ଆଇଆଇସିଙ୍କୁ। କେ ଗାଁ ଆଇଆଇସି ଡମୁ ପରଜା ନିଲମ୍ବିତ ହୋଇଥିବା କଳାହାଣ୍ଡି ଏସପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି, 

କର୍ତ୍ତବ୍ୟରେ ଅବହେଳା ପାଇଁ ଡମୁଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୁଲିସ ବିଭାଗ କହିଛି।

 ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଗୋବିନ୍ଦଙ୍କୁ ସୁରକ୍ଷା ଦେଇଥିବା ଓ ତାର କୁକର୍ମ ପଛରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠୁଥିବବେଳେ ମନ୍ତ୍ରୀ କଣ ପାଇଁ ବହିସ୍କୃତ ହେବେନି ବୋଲି ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି ।

ମମିତାଙ୍କ ପରିବାର ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ, ସଂଗଠନ ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ଆନ୍ଦୋଳନକୁ ଓହ୍ଲାଇବା ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପର୍କ କଥା ଉଠାଇଛନ୍ତି। ଗୋବିନ୍ଦଙ୍କ ସହ କ୍ୟାପଟେନଙ୍କ ସମ୍ପର୍କ ବେଶ ଘନିଷ୍ଠ ଥିବାବେଳେ ସେ କଲେଜରେ ମନ୍ତ୍ରୀଙ୍କ ସହଯୋଗ ଯୋଗୁ ବହୁ ଅନୈତିକ କାର୍ଯ୍ୟ କରାଯାଉଥିଲା ବୋଲି ସବୁଠି ଚର୍ଚ୍ଚା ହେଉଛି। ମନ୍ତ୍ରୀଙ୍କ ଖାସ ଯୋଗୁ ଗୋବିନ୍ଦଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ବୋଲି କୁହାଯାଉଛି। ଏପରିକି ପରିବାର ଲୋକଙ୍କ ଏତଲା ନ ରଖିବା ପଛରେ ବି ମନ୍ତ୍ରୀଙ୍କ ଚାପ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀଙ୍କ ସାହସରେ ଏତେ ବଡ଼ ଅପରାଧ କରିବାକୁ ଗୋବିନ୍ଦ ସାହସ କରିପାରିଲା ବୋଲି ରାଜନୈତିକ ଦଳ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ମାମଲା ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ସବୁ ମହଲରୁ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି ହେଲାଣି। ମାତ୍ର ମନ୍ତ୍ରୀଙ୍କ ଦେହରେ ଟିପ ମାରିବାକୁ ସରକାରଙ୍କ ସାହସ ପାଉନି । ଖୋଦ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାବେଳେ କ୍ୟାପଟେନ ସେଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି । ହେଲେ ଯେଉଁଠି ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ସେଠି ପୁଲିସ ତଦନ୍ତ ମଧ୍ୟ ସନ୍ଦେହ ଘେରରେ। ଏଭଳି ଏକ ମାମଲାରେ ମୁଖ୍ୟମନ୍ତ୍ରୀ ଏଯାଏଁ ମୁହଁ ଖୋଲିନାହାନ୍ତି।

ମନ୍ତ୍ରୀଙ୍କ ବିରୋଧରେ କିଛି କାର୍ଯ୍ୟନୁଷ୍ଠାନ ନେଇ ନଥିବାବେଳେ ଏଵେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରି ସରକାର କହୁଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ ହେଲା।

କେବଳ ଏହି ଘଟଣା ନୁହେଁ ନୟାଗଡ଼ ପରୀ ମାମଲା ହେଉ କି ମାହାଙ୍ଗା ଡବଲ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଥିଲା, ସେତେବେଳେ ବି ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥିଲେ ।

ପୂର୍ବରୁ ନବୀନ ସରକାରରେ ଯେତେବେଳେ ବି ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କିମ୍ବା ବିବାଦ ଉଠୁଥିଲା ନବୀନ ମନ୍ତ୍ରୀଙ୍କ ମୁଣ୍ଡ ଗଡା଼ଉଥିଲେ। ମାତ୍ର ପଞ୍ଚମ ପାଳି ସରକାରରେ ନବୀନ ଆଉ ସେଭଳି ସାହସ ଦେଖାଇ ପାରୁନାହାନ୍ତି। ଯେତେ ସମ୍ବେଦନଶୀଳ ମାମଲା ହେଲେ ବି ମନ୍ତ୍ରୀ ପଦ ସୁରକ୍ଷିତ ରହୁଛି। ବିରୋଧୀ କଂଗ୍ରେସ ଓ ବିଜେପି ନେତା ମାନେ କହିଛନ୍ତି, ନବୀନ ସରକାର ଏଭଳି ସାଙ୍ଘାତିକ ମାମଲାରେ ଜଡିତ ନେତାଙ୍କୁ ସୁରକ୍ଷା ଦେଉଛନ୍ତି, ଯଦି ଥାନା ଅଧିକାରୀ ବିରୋଧରେ କାର୍ଯାନୁଷ୍ଠାନ ହେବ, ତାଙ୍କ ପଛରେ ଥିବା ମନ୍ତ୍ରୀ କାହିଁକି ବାଦ ପଡିବେ। ମାର ମାର ଭଣ୍ଡାରିଆକୁ ମାର ନୀତିରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଛୋଟ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି।