ମଦ ପିଇବେ ବୋଲି ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍

ମଦ ପିଇବେ ବୋଲି ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍

ମଦ ପିଇବେ ବୋଲି ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍

ପାଟନା : ମଦ ପାଇଁ ଅଟକିଲା ଟ୍ରେନ୍‌। ତେବେ ମିନିଟିଏ କି ଦି ମିନିଟ୍‌ ନୁହେଁ ପୂରା ଘଣ୍ଟାଏ ଅଟକିଲା ଟ୍ରେନ୍। ବିହାରର ହସନପୁରରେ ଜଣେ ଆସିଷ୍ଟାଣ୍ଟ ଲୋକୋପାଇଲଟ (ଏଏଲ୍ପି) ମଦ ପିିଇବା ପାଇଁ ପାସେଞ୍ଜର ଟ୍ରେନ୍କୁ ଘଣ୍ଟାଏ ଅଟକାଇ ରଖିଥିବା ସାମ୍ନାକୁ ଆସିଛି । ସମଷ୍ଟିପୁରରୁ ସହର୍ଷ ଯାଉଥିବା ଯାତ୍ରୀବାହୀ ଟ୍ରେନ୍୧ ଘଣ୍ଟାରୁ ଅଧିକ ସମୟ ହାସନପୁର ରେଳ ଷ୍ଟେସନରେ ଅଟକିଥିଲା । ସିଗ୍ନାଲ ମିଳିବା ପରେ ଟ୍ରେନ୍ ଆଗକୁ ବଢି ନ ଥିବାବେଳେ ଏଏଲ୍ପି କରନବୀର ଯାଦବ ଇଞ୍ଜିନରେ ନ ଥିବା ଦେଖି ଷ୍ଟେଶନ ମାଷ୍ଟର ଯାଂଚ କରିଥିଲେ ।

ପରେ କରନବୀରଙ୍କୁ ଷ୍ଟେସନ ନିକଟ ମାର୍କେଟରେ ନିଶାସକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ଚାଳକ ଏପରି କାହିଁକି କଲେ, ସେ ବିକ୍ଷୟରେ ତଦନ୍ତ ଜାରି ରହିଛି ।