ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱରେ ରାଜ୍ୟ ସରକାର

ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱରେ ରାଜ୍ୟ ସରକାର

ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱରେ ରାଜ୍ୟ ସରକାର
ଭୁବନେଶ୍ୱର: ତାଲାବନ୍ଦ ସମୟରେ ସାମାଜିକ ଦୂରତା ରକ୍ଷା କରି ଗ୍ରୀନ ଜୋନରେ ମଦ ଦୋକାନ ଖୋଲିପାରିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଆଧାରରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତେବେ ବିରୋଧୀଙ୍କ ଚାପ ହେଉ କିମ୍ବା ଅନ୍ୟ କିଛି କାରଣ ଯୋଗୁ ମଦ ଦୋକାନ ଖୋଲିବା କଟକଣା କୋହଳ ହୋଇଥିଲେ ବି ସରକାର ଗ୍ରୀନ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏ ନେଇ ସରକାର କୌଣସି ଠୋସ୍ ନିଷ୍ପତ୍ତି ନେଇପାରୁନାହାନ୍ତି । ଅନ୍ୟ ରାଜ୍ୟର ସ୍ଥିତିକୁ ଦେଖି ଏହି ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ତମାମ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବର୍ତ୍ତମାନ ସମୟରେ ମଦ ଦୋକାନ ଖୋଲିଲେ ଲୋକଙ୍କ ଭିଡ କେତେ ହେବ? ସାମାଜିକ ଦୂରତା ରକ୍ଷା ନିୟମ କେତେ ଦୂର ଅନୁପାଳନ ହୋଇପାରିବ । ମଦ ଦୋକାନ ଖୋଲିବା ପରେ ବାହାର ରାଜ୍ୟରେ ଯେପରି ସ୍ଥିତି ଦେଖିବାକୁ ମିଳୁଛି ସେପରି ଅବସ୍ଥା ଓଡ଼ିଶାରେ ହେଲେ ତାର ନିୟନ୍ତ୍ରର କରିହେବ କି ନାହିଁ? ଏ ତମାମ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଳା । ଏ ନେଇ ସରକାର ଏକ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।