ମୃତ୍ୟୁ ପରେ ଲାଞ୍ଚ ଯାଚୁଛି ଡାକ୍ତରଖାନା, ଗିରଫ ଓ ଡାକ୍ତରଖାନା ସିଲ୍ ଦାବିରେ ଧାରଣାରେ ସଂପର୍କୀୟ

କଟକ ସିଡିଏ ମର୍କତନଗର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ନବଜାତ ଶିଶୁର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣା । ହସ୍ପିଟାଲ ସମ୍ନାରେ ଧାରଣାରେ ବସିଲେ ପରିବାର । ଡାକ୍ତର ଗିରଫ ଦାବି ଓ ହସ୍ପିଟାଲକୁ ସିଲ କରିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପରିବାର । ଗୁରୁତର ନବଜାତ ଶିଶୁପୁତ୍ରକୁ ଭେଣ୍ଟିଲେଟର ନ ଲଗାଇ ୫୦ ହଜାର ଟଙ୍କା ନେବା ପରେ ମଧ୍ୟ ଚିକିତ୍ସା ଅବହେଳାରୁ ଶିଶୁପୁତ୍ର ମ୍ରୁତ୍ୟୁ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , କଟକ ସିଡିଏ ସେକ୍ଟର-୭ ରେ ଥିବା ନ୍ୟୁ ବର୍ଣ୍ଣ ଆଣ୍ଡ୍ ପେଡିଆଟ୍ରିକ୍ ହେଲଥ ସେଣ୍ଟର ନାଁରେ ଥିବା ଏହି ହସପିଟାଲରେ ଗତ ୨୬ ତାରିଖରେ ଯାଜପୁର ମେଡିକାଲରେ ଜନ୍ମ ହୋଇ ଅକ୍ସିଜେନ୍ କମିବାରୁ ଶିଶୁର ବାପା କଟକ ଆଣି ଏହି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଭେଣ୍ଟିଲେଟର ଲାଗିବ କହି ହଜାର ହଜାର ଟଙ୍କା ନେବା ପରେ ମଧ୍ୟ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ଦିନକ ପରେ ଶିଶୁପୁତ୍ରଟି ଗୁରୁତର ହୋଇ ପଡିଥିଲା। ଏପରି ସ୍ଥିତିରେ ଡାକ୍ତରଙ୍କ ଅଣଦେଖାରୁ ଶିଶୁପୁତ୍ରର ଗତକାଲି ସକାଳେ ମ୍ରୁତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ଶିଶୁର ମ୍ରୁତ୍ୟୁ ପରେ ମଧ୍ୟ ଔଷଧ ଏବଂ ଚିକିତ୍ସା ବାବଦକୁ କ୍ଲିନିକର ଡାକ୍ତର ୪୦ ହଜାର ଟଙ୍କା ମାଗୁଥିବା ପରିବାର ଲୋକ କହିଛନ୍ତି। ଏପରିକି ଘଟଣାକୁ ଚପେଇ ଦେବାକୁ ପରିବାର ଲୋକଙ୍କୁ ହସପିଟାଲ କର୍ତ୍ତୁପକ୍ଷ ୧୦ ହଜାର ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ହସପିଟାଲରେ ପରିବାର ଲୋକ ଉତ୍ତେଜନା ପ୍ରକାଶ କରିଥିଲେ। ପରେ ପରିବାର ଲୋକ ଏ ନେଇ କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମର୍କତନଗର ଥାନା ପୋଲିସ ହସପିଟାଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅନ୍ୟପଟେ ମେଡିକାଲ କତ୍ତୃପକ୍ଷ ଏହି ଘଟଣା ଉପରେ ମୁହଁ ଖୋଲି ନାହାନ୍ତି।