ଭୁବନେଶ୍ୱରରେ ହେବ ନିରଡାମ୍ବର ପୂଜା
ଭୁବନେଶ୍ୱରରେ ହେବ ନିରଡାମ୍ବର ପୂଜା
admin
Aug 31, 2020 - 09:29
Updated: Aug 31, 2020 - 09:29
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦୁର୍ଗା ପୂଜା ସମ୍ପୂର୍ଣ୍ଣ ନିରାଡାମ୍ବର ଭାବରେ ପାଳନ କରାଯିବ । ବିଭିନ୍ନ ପୂଜା କମିଟି ସହିତ ବୈଠକ ପରେ କମିଶନରେଟ ପୋଲିସ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି, ମାଇକ୍ବାଜିବନି । କେବଳ ମନ୍ତ୍ରପାଠ ଲାଗି ମାଇକ୍ ବାଜିବ କି ନାହିଁ ବିଚାର କରାଯିବ । ସେହିପରି ପୂଜା କମିଟିର ମାତ୍ର ୧୦ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ । ଘର ଘର ବୁଲି ଚାନ୍ଦା କରାଯିବନି, ସ୍ବଇଚ୍ଛାରେ ଯିଏ ଯାହା ଦେବ ବୋଲି ସୂଚନା ରହିଛି । ଲୋକେ ମଣ୍ଡପକୁ ନ ଆସି, ଘରେ ରହି ପୂଜା ପାଳନ କରିବେ । ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ, ନିର୍ଦ୍ଦିଷ୍ଟ ଉଚ୍ଚତା ହେବ । ରାବଣ ପୋଡି ହେବ ନାହିଁ କି ଭସାଣ ଉତ୍ସବ ମଧ୍ୟ କରାଯିବ ନାହିଁ । କେବଳ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ ଦୁର୍ଗାପୂଜା ଆୟୋଜନକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ବୈଠକ ହୋଇଥିଲା । । କୋଭିଡ ନିୟମ ମାନି ପୂଜା କିଭଳି ହେବ ସେ ନେଇ ଆୟୋଜିତ ବୈଠକରେ ଆଲୋଚନା କରାଯାଇଛି । ଅତିରିକ୍ତ ସିପିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ ।
ଅପରପକ୍ଷରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା ହେବ । ମଣ୍ଡପରେ ପୂଜା ଆୟୋଜନ ପାଇଁ କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।