ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଟିକାକରଣ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ କରାଯିବ । ତେବେ କାଲିଠୁ ରାଜଧାନୀ ଭୁବନେଶ୍ୱରର ୬ଟି ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪, କିମସ, ସମ ଓ ଏମ୍ସ ଆଦି ହସ୍ପିଟାଲରେ ଟିକାକରଣ କରାଯିବ । ପ୍ରଥମ ଦିନ ପ୍ରତି ଭ୍ୟାକ୍ସିନେସନ ସେଣ୍ଟରରେ ୧୦୦ ଜଣଙ୍କୁ ଟିକା ବ୍ୟବସ୍ଥା କରାଯାଇଛି । ମିଳିଥିବା ଭ୍ୟାକ୍ସିନରେ ବିଏମସିର ୯ ହଜାର ଲୋକଙ୍କୁ ଟିକାକରଣ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।