ଭୁବନେଶ୍ବର ଏମ୍ସ ରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ
ଭୁବନେଶ୍ବର ଏମ୍ସ ରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ
ଭୁବନେଶ୍ବର: ଏମ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଆଜି ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତାରୁ ଆସିବା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ପାର୍ଥଙ୍କ ସହ SSKM ହସ୍ପିଟାଲର ଏକ ଡାକ୍ତରୀ ଟିମ ଓ ତାଙ୍କ ଓକିଲ ମଧ୍ୟ ରହିଛନ୍ତି ।
ଆଜି ସ୍ବାସ୍ଥ୍ୟ ଯାଞ୍ଚ ପରେ ଭୁବନେଶ୍ବରରୁ ଭର୍ଚ୍ଚୁଆଲ ମାଧ୍ୟମରେ କୋଲକାତାର ଏକ କୋର୍ଟରେ ହାଜର ହେବେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ପାଇଁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଥିଲେ ପାର୍ଥଙ୍କ ଓକିଲ । ଏହାପରେ କୋଲକାତା ହାଇକୋର୍ଟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ।
ଶନିବାର ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ଶିଳ୍ପମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା । ଏହି ଦୁର୍ନୀତି ସମୟରେ ପାର୍ଥ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ । ଗିରଫଦାରୀ ପୂର୍ବରୁ ଶୁକ୍ରବାର ସକାଳେ ଇଡି ତାଙ୍କ ଘରେ ଚଢାଉ କରିଥିଲା ।




admin 