ଭୁକମ୍ପର ଭ୍ରମ ସୃଷ୍ଟି : ଚାଷ ଜମି ମଝିରେ ୫୦ଫୁଟର ଗର୍ତ୍ତ

ଭୁକମ୍ପର ଭ୍ରମ ସୃଷ୍ଟି : ଚାଷ ଜମି ମଝିରେ ୫୦ଫୁଟର ଗର୍ତ୍ତ

ଭୁକମ୍ପର ଭ୍ରମ ସୃଷ୍ଟି : ଚାଷ ଜମି ମଝିରେ ୫୦ଫୁଟର ଗର୍ତ୍ତ
ଅନୁଗୁଳ - ଅନୁଗୁଳ ଜିଲ୍ଲା କୋଲିୟାରୀ ଥାନା ତାଳଚେର ଦେଉଳବେଢା ଗାଁ ନିକଟରେ ଏକ ଚାଷ ଜମି ଭିତରେ ହଠାତ ଦବି ଯାଇ ୫୦ ଫୁଟର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଅବ୍ୟବହୃତ କୋଇଲା ଖଣି ପାଇଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି । କୋଇଲା ଉତ୍ତୋଳନ ପରେ ଠିକଭାବେ ବାଲି ଭର୍ତ୍ତି ହୋଇନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ଡେରା-ହାଣ୍ଡିଧୁଆ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଏମସିଏଲ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି ।