ଭୀଷଣ ତାତିରେ କଲବଲ ଓଡିଶା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ

ଭୀଷଣ ତାତିରେ କଲବଲ ଓଡିଶା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ

ଭୀଷଣ ତାତିରେ କଲବଲ ଓଡିଶା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ତାତି ଫେରିଛି । ରାଜ୍ୟରେ ଭୀଷଣ ତାତି । କଲବଲ ସାରା ଓଡିଶା । ରାଜ୍ୟରେ ୧୭ଔତ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ସେଥିରୁ୬ ସହର ୪୨ ଡିଗ୍ରୀରୁ ଅଧିକ ତାତିରେ ସିଜିଛି ସୋମବାର । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀରେ ପହଂଚିଛି । ପାଣିପାଗ ପୁର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ । ତାପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ପାଣିପାଗ ବିଭାଗ କହିଛି , ମଙ୍ଗଳବାର ବି ତାତିରୁ ତ୍ରାହି ମିଳିବା ଆଶା କମ୍ । ରାଜ୍ୟ ତମାମ ଗ୍ରୀଷ୍ମ ପ୍ରକୋପ ଛଟପଟ କରିବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ବିଶେଷ କରି କଟକ, ଖୋର୍ଦ୍ଧା, ଢେଙ୍କାନାଳରେ ଗ୍ରୀଷ୍ମ ଲହରୀ ଯୋଗୁଁ ଅସ୍ୱାଭାବିକ ସ୍ଥିତି ଅନୁଭୂତ ହେବ । ତେଣୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ । ଏହି ସମୟରେ ଶିଶୁ, ବୟସ୍କ ଓ ରୋଗାକ୍ରାନ୍ତ ଲୋକେ ଘରୁ ପଦାକୁ ନଯିବା ଉଚିତ । ଯେଉଁମାନେ ଏଏହି ପ୍ରଚଣ୍ଡ ଖରାରେ ପଦାକୁ ଯିବେ, ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଜରୁରୀ ।