ଭାରତୀୟ ବାୟୁସେନାରେ ସାମିଲ ହେଲା ରାଫେଲ

ଭାରତୀୟ ବାୟୁସେନାରେ ସାମିଲ ହେଲା ରାଫେଲ

ଭାରତୀୟ ବାୟୁସେନାରେ ସାମିଲ ହେଲା ରାଫେଲ
ଅମ୍ବାଲା : ଲଢୁଆ ଯୁଦ୍ଧବିମାନ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସିଡିଏସ୍ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ଲଢୁଆ ଯୁଦ୍ଧବିମାନକୁ ସାମିଲ କରାଯାଇଥିଲା । ଏକ ସର୍ବଧର୍ମ ପୂଜା ପରେ ଏହି ଲଢୁଆ ବିମାନକୁ ଅମ୍ବାଲା ସ୍ଥିତ ବାୟୁସେନା ବେସର ଗୋଲଡେନଏରୋ ସ୍କ୍ୱାଡନରେ ସାମିଲ କରାଯାଇଥିଲା । ଏହା ବ୍ୟତିତ ବାୟୁସେନା ମୁଖ୍ୟ ଅର କେ ଭଦୋରିଆ ଏବଂ ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜୁନ ୨୯ ତାରିଖରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଅଣାଯାଇ ଥିଲା । ଏହି ଲଢୁଆ ଯୁଦ୍ଧବିମାନଟି ବାୟୁସେନାରେ ସାମିଲ ହେବା ଦ୍ୱାରା ବାୟୁସେନା ଶକ୍ତିଶାଳୀ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଭାରତ ଫ୍ରାନ୍ସରୁ ୩୬ଟି ରାଫେଲ ଆଣୁଥିବା ବେଳେ ୨୦୨୧ ସୁଦ୍ଧା ଏହି ଅର୍ଡର ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଛି ।