ଭାରତକୁ କେହି ଡରାଇ ପାରିବେନି କି ଚାପରେ ରଖିପାରିବେନି କହିଲେ ଜୟଶଙ୍କର

ଭାରତକୁ କେହି ଡରାଇ ପାରିବେନି କି ଚାପରେ ରଖିପାରିବେନି କହିଲେ ଜୟଶଙ୍କର

ଭାରତକୁ କେହି ଡରାଇ ପାରିବେନି କି ଚାପରେ ରଖିପାରିବେନି କହିଲେ ଜୟଶଙ୍କର


ନୂଆଦିଲ୍ଲୀ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ଯେ, ପାକିସ୍ତାନ ପ୍ରୋତ୍ସାହିତ ସୀମାପାର ଆତଙ୍କବାଦ ଓ ସୀମାରେ ଚୀନର ଆକ୍ରାମକତା ପ୍ରତି ଭାରତ ଉଚିତ୍‌ ଜବାବ ଦେଉଛି । ଏଥିରୁ ସୂଚନା ମିଳୁଛି ଯେ, ଭାରତକୁ ବିଶ୍ୱର କୌଣସି ବି ରାଷ୍ଟ୍ର ଡରେଇ ପାରିବେ ନାହିଁ ବା ଚାପରେ ରଖିପାରିବେ ନାହିଁ । ନିଜର ସୁରକ୍ଷାକୁ ସୁନିଶ୍ଚିନ୍ତ କରିବା ଲାଗି ଭାରତ ଯାହାକିଛି ବି କରିବାକୁ ପ୍ରସ୍ତୁତ । ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ବାଲାକୋଟଠାରେ ଯେଉଁ ଏୟାର ଷ୍ଟ୍ରାଇକ୍‌ (ବିମାନ ଆକ୍ରମଣ) କରିଥିଲା, ତାହା ସେମାନଙ୍କୁ ଉଚିତ୍‌ ବାର୍ତ୍ତା ଦେଇଛି ବୋଲି ଜୟଶଙ୍କର କହିଛନ୍ତି ।

ଏପଟେ ସୀମାରେଖାରେ ସ୍ଥିତାବସ୍ଥାରେ ପରିବର୍ତ୍ତନ କରିବାକୁ ଓ ଅଧିକ ଭାରତୀୟ ଅଂଚଳ ଦଖଲ କରିବାକୁ ଚୀନ ବାରମ୍ବାର ଚେଷ୍ଟା କରୁଛି । ତା’ର ସେ ଅପଚେଷ୍ଟାକୁ ଭାରତ ବାରମ୍ବାର ବିଫଳ କରୁଛି । କୋଭିଡତ-୧୯ ସତ୍ତେ୍ୱ ଭାରତୀୟ ସୈନିକକଙ୍କ ଜବାବ କଡା ଓ ଦମଦାର ଥିଲା । ହଜାର ହଜାର ସୈନିକ ଆମ ସୀମାନ୍ତରେ ଦେଶର ସୁରକ୍ଷା କରୁଛନ୍ତି । ତାମିଲ ସାପ୍ତାହିକ ତୁଗଲକର ୫୩ତମ ବାର୍ଷିକୋତ୍ସବରେ ଉଦ୍‌ବୋଧନ ଜୟଶଙ୍କର ଏହା କହିଛନ୍ତି ।