ଭାରତ ଚୀନ ସହ ମୁକାବିଲା ରଣନୀତି ବଦଳିଲା : ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କଲା ଭାରତ

ଭାରତ ଚୀନ ସହ ମୁକାବିଲା ରଣନୀତି ବଦଳିଲା : ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କଲା ଭାରତ

ଭାରତ ଚୀନ ସହ ମୁକାବିଲା ରଣନୀତି ବଦଳିଲା : ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଗତବର୍ଷ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଗଲୱାନରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ । ଏହାପରେ ଭାରତ ଚୀନ ସହ ମୁକାବିଲା ରଣନୀତି ବଦଳାଇ ଦେଇଛି । କେବଳ ଚୀନ ସେନାର ଅନୁପ୍ରବେଶକୁ ରୋକିବା ନୁହେଁ, ଚୀନର ମୁହଁତୋଡ଼ ଜବାବ ଦେବା ସହିତ ଆବଶ୍ୟକ ପଡ଼ିଲେ କିଛି ଅଞ୍ଚଳ ଅକ୍ତିକାର କରିବା ଯୋଜନା ମଧ୍ୟ ଭାରତୀୟ ସେନା ରଖିଛି । ଏଥିପାଇଁ ଭାରତ ଚୀନ ସୀମାରେ ୫୦ ହଜାର ଅଧିକ ଯବାନ ମୁତୟନ କରିଛି । ସେହିଭଳି ବିଭିନ୍ନ ଲଢ଼ୁଆ ବିମାନକୁ ମଧ୍ୟ ଭାରତ ସଜାଗ ରଖିଛି । ଚୀନ ସୀମାରେ ଭାରତ ବର୍ତ୍ତମାନ ପ୍ରାୟ ୨ ଲକ୍ଷ ଯବାନ ମୁତୟନ କରିଛି । ଗତବର୍ଷ ତୁଳନାରେ ଏଥିରେ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି । ଅନ୍ୟାନ୍ୟ ସ୍ଥାନରୁ ଯବାନମାନଙ୍କୁ ହଟାଇ ଚୀନ ସୀମାକୁ ପଠାଇଛି ବୋଲି ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି । ଅଧିକ ସୈନ୍ୟ ମୁତୟନ କରିବା ଫଳରେ ଭାରତକୁ ଆକ୍ରମଣ କରିବାର ଅଧିକ ବିକଳ୍ପ ସୁଯୋଗ ମିଳିବ । ଏହାଦ୍ୱାରା ହିମାଳୟର ପାର୍ବତ୍ୟାଞ୍ଚଳରେ ଲଢ଼ିବାର କୌଶଳ ସହିତ ଅଧିକ ଭାରତୀୟ ଯବାନ ପରିଚିତ ହୋଇପାରିବେ । କେବଳ ସେତିକି ନୁହେଁ ନିକଟରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଫ୍ରାନ୍ସର ଲଢ଼ୁଆ ବିମାନ ରାଫେଲ ସହିତ ଅନ୍ୟ ବିମାନକୁ ଭାରତ ଓ ଚୀନ ସୀମାର ୩ଟି ପ୍ରମୁଖ ଅଞ୍ଚଳରେ ରଖାଯାଇଛି ।

ପୂର୍ବ ଲଦାଖର ସମ୍ବେଦନଶୀଳ ଅଂଚଳ ଦକ୍ଷିଣ ପାଙ୍ଗୋଙ୍ଗ ଶିଖରରୁ ଫେବ୍ରୁଆରି ୧୦ରେ ଭାରତ ଓ ଚୀନ ସେନା ପଛକୁ ହଟିଥିଲେ । ଫେବ୍ରୁଆରି ୧୧ରେ ଉପଗ୍ରହ ଛବିରୁ ଜଣାପଡ଼ିଛି ଯେ ଏହି ଅଂଚଳରେ ଭାରତ ଓ ଚୀନ ସେନାର ପୋଷ୍ଟ ମାତ୍ର ୧୫୦ ମିଟର ବ୍ୟବଧାନରେ ରହିଥିଲା । ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ ଏହି ଅଂଚଳରେ ଉଭୟ ସେନା ଖୁବ ନିକଟତର ହୋଇଥିଲେ ।