ଭାରତ କରୋନା ଭୂତାଣୁ ଏବେ ୧୭ ଦେଶରେ ଠାବ

ଭାରତ କରୋନା ଭୂତାଣୁ ଏବେ ୧୭ ଦେଶରେ ଠାବ

ଭାରତ କରୋନା ଭୂତାଣୁ ଏବେ ୧୭ ଦେଶରେ ଠାବ
ଜେନେଭା : ଭାରତରେ କରୋନାର ଯେଉଁ ଭୂତାଣୁ ବ୍ୟାପିଛି ତାହା ଏବେ ୧୭ ଦେଶରେ ଠାବ କରାଯାଇଛି । ଫଳରେ ବିଶ୍ୱରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି । ହୁ’ ପକ୍ଷରୁ କୁହାଯାଇଛିଯେ, ଭାରତରେ କୋଭିଡ଼-୧୯ର ବି.୧.୬୧୭ ଭାରିଆଂଟ ପ୍ରଥମେ ଦେଖିବାକୁ ମିଳିଥିଲା । ବିଭିନ୍ନ ଦେଶରେ ଏଭଳି ୧୨ ଶହ ଭୂତାଣୁ ଠାବ ହୋଇଛି । ଭାରତ, ବି୍ରଟେନ, ଆମେରିକା ଓ ସିଙ୍ଗାପୁରରୁ ଆସିଥିବା ସଂକ୍ରମିତଙ୍କ ଠାରୁ ଏହି ଭୂତାଣୁ ମିଳିଛି । ତେବେ ଏହା କେତେ ବିପଦଜନକ ସେନେଇ ଆକଳନ କରାଯାଉଛି । ତେବେ ଅସଲି ଭୂତାଣୁ ଠାରୁ ଏହା ନିଶ୍ଚିତ ଭାବେ କ୍ଷତିକାରକ ହେବ ବୋଲି ଆଶଙ୍କା କରାଯାଉଛି । ଭାରତରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ସାଢେ଼ ୩ ଲକ୍ଷ ହୋଇଥିବାବେଳେ ପ୍ରାୟ ଦେଢ଼ କୋଟି ଲୋକ ଆକ୍ରାନ୍ତ ହୋଇଛନ୍ତି ।