ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ : ସର୍ବେକ୍ଷଣ

ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ : ସର୍ବେକ୍ଷଣ

ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ : ସର୍ବେକ୍ଷଣ
ବେଙ୍ଗାଲୁରୁ : ମହାମାରୀ କୋଭିଡ-୧୯ର ପ୍ରାଦୁର୍ଭାବ ବିରୋଧରେ ଏବେ ବି ବିଶ୍ୱର ଅନେକ ରାଷ୍ଟ୍ର ଲଢେ଼ଇ ଜାରି ରଖିଥିବା ବେଳେ ମୃତୁ୍ୟ ସଂଖ୍ୟା ପ୍ରକାଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କୋଭିଡ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକରେ ସେମାନଙ୍କ ପରିସଂଖ୍ୟାନରେ ପ୍ରଦର୍ଶିତ ହେଉନାହିଁ ବୋଲି ୱାସିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚୁ୍ୟଟ ଫର ହେଲଥ ମେଟ୍ରିକସ ଆଣ୍ଡ ଇଭାଲୁ୍ୟସନ (ଆଇଏଚଏମଇ) ପକ୍ଷରୁ ଦାବି କରାଯାଇଛି । ଉକ୍ତ ସଂସ୍ଥା ଦ୍ୱାରା ସଂଘଟିତ ‘ପ୍ରକୃତ କୋଭିଡ ମୃତକଙ୍କ ପରିଗଣନା’ ନାମକ ଅନୁଧ୍ୟାନ ଅନୁଯାୟୀ, ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ ପ୍ରକୃତ ମୃତକ ସ୍ଥାନ ପାଇନଥିବା କୁହାଯାଇଛି । ସେଥିରୁ ଆମେରିକା ତାଲିକାରେ ୩.୪ ଲକ୍ଷ ମୃତକ ଗାଏବ ହୋଇଯାଇଥିବା ବେଳେ ଭାରତରେ ମଧ୍ୟ ୪.୩ ଲକ୍ଷ ମୃତକ ସରକାରୀ ତାଲିକାଭୁକ୍ତ ହୋଇନାହାନ୍ତି । ସେହିପରି ରୁଷିଆରେ ସର୍ବାଧିକ ୪.୮୪ ଲକ୍ଷ ମୃତକ ଲୋକଲୋଚନକୁ ଆସିନଥିବା କୁହାଯାଇଛି । ସୂଚନା ଥାଉ କି, ଅଧିକ କୋଭିଡ ମୃତୁ୍ୟକୁ ବହନ କରିଥିବା ବିଶ୍ୱର ଶୀର୍ଷ ୬ଟି ଦେଶ ମଧ୍ୟରୁ ସେ ସଂକ୍ରାନ୍ତ ସୂଚନା ଦେବାରେ ୟୁକେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଷଷ୍ଠ ସ୍ଥାନରେ ରୁଷିଆ ରହିଛି । ସେମାନଙ୍କ ମଧ୍ୟରେ ଭାରତ, ଆମେରିକା, ମେକ୍ସିକୋ, ବ୍ରାଜିଲ, ୟୁକେ ଓ ରୁଷିଆରେ ଘୋଷିତ କୋଭିଡ ମୃତୁ୍ୟ ଯଥାକ୍ରମେ (୨,୨୧,୧୮୧), (୫,୭୪,୦୪୩), (୨,୧୭,୬୯୪), (୪,୦୮,୬୮୦), (୧,୫୦,୫୧୯) ଓ (୧,୦୯,୩୩୪) ରହିଥିବା ବେଳେ ପ୍ରକୃତ ମୃତୁ୍ୟ ଯଥାକ୍ରମେ (୬,୫୪,୩୯୫), (୯,୦୫,୨୮୯), (୬,୧୭,୧୨୭), (୫,୯୫,୯୦୩), (୨,୦୯,୬୬୧) ଓ (୫,୯୩,୬୧୦) ହୋଇଥିବ ବୋଲି ଆଇଏଚଏମଇ ପକ୍ଷରୁ ଆକଳନ କରାଯାଇଛି ।