ବଢ଼ିବ ପଞ୍ଚାୟତ ଓ ପୌରନିଧିଙ୍କ ଭତ୍ତା
ବଢ଼ିବ ପଞ୍ଚାୟତ ଓ ପୌରନିଧିଙ୍କ ଭତ୍ତା
admin
Feb 19, 2020 - 06:50
Updated: Feb 19, 2020 - 06:50
ଭୁବନେଶ୍ୱର: ସରପଞ୍ଚଙ୍କ ମାସିକ ଭତ୍ତା ୧୮୮୦ ଟଙ୍କାରୁ ବଢ଼ି ୩ ହଜାର ଟଙ୍କାରେ ପହଞ୍ଚିବ । ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । ମେୟର ପାଇବେ ମାସକୁ ୧୫ ହଜାର ଓ ପୌରାଧ୍ୟକ୍ଷଙ୍କୁ ମାସକୁ ୭୫୦୦ ଟଙ୍କା ଭତ୍ତା । ଏ ନେଇ ରାଜ୍ୟ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସରକାରଙ୍କୁ ସୁପାରିଶ କରିଛନ୍ତି ।
ଏହି ସୁପାରିଶ ଅନୁଯାୟୀ ସରପଞ୍ଚଙ୍କ ମାସିକ ଭତ୍ତା ୩ ହଜାରଙ୍କ ହେବ । ଏହା ସହ ବୈଠକ ଭତ୍ତା ୨୫୦ ଟଙ୍କା ଓ ମହଙ୍ଗା ଭତ୍ତା ୭୫ ଟଙ୍କାକୁ ବୃଦ୍ଧି କରାଯିବ । ନାଏବ ସରପଞ୍ଚଙ୍କ ମାସିକ ଭତ୍ତା ୭୫୦ ରୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ନାଏବ ସରପଞ୍ଚଙ୍କୁ ମିଳୁଥିବା ବୈଠକ ଭତ୍ତା ୨୫୦ ଟଙ୍କା ଓ ମହଙ୍ଗା ଭତ୍ତା ୭୫ ଟଙ୍କାକୁ ବୃଦ୍ଧି ପାଇବ । ୱାର୍ଡ ମେମ୍ବରଙ୍କୁ ବୈଠକ ଭତ୍ତା ବାବଦକୁ ୨୦୦ ଟଙ୍କା ମିଳୁଥିବା ବେଳେ ଏଣିକି ମିଳିବ ୨୫୦ ଟଙ୍କା । ସେହିପରି ମହଙ୍ଗା ଭତ୍ତା ବାବଦକୁ ପୂର୍ବରୁ ୪୦ ଟଙ୍କା ମିଳୁଥିବା ବେଳେ ଏହାକୁ ୭୦ ଟଙ୍କା କରିବା ପାଇଁ ସୁପାରିଶ ହୋଇଛି ।
ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ମାସିକ ଭତ୍ତା ୨୮୨୦ ଟଙ୍କା ଥିବା ବେଳେ ଏହାକୁ ୫ ହଜାର ଟଙ୍କା କରିବା ସହ ବୈଠକ ଭତ୍ତା ବାବଦକୁ ୨୫୦ ଟଙ୍କା ଓ ମହଙ୍ଗା ଭତ୍ତା ପାଇଁ ୧୨୫ ଟଙ୍କା ଦେବାକୁ ସୁପାରିଶ ହୋଇଛି । ସେହିପରି ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କୁ ମାସିକ ୧୮୮୦ ଟଙ୍କା ବଦଳରେ ୩୫୦୦ ଟଙ୍କା ଭତ୍ତା ଦିଆଯିବ । ଏଥିସହ ବୈଠକ ଭତ୍ତା ପାଇଁ ୨୫୦ ଟଙ୍କା ଓ ମହଙ୍ଗା ଭତ୍ତା ବାବଦକୁ ୧୨୫ଟଙ୍କା ମିଳିବ । ପଞ୍ଚାୟତ ସମିତି ସଭ୍ୟ ମାସିକ ୧୮୮୦ ଟଙ୍କା ପାଉଥିବା ବେଳେ ଏହାକୁ ୩ ହଜାର ଟଙ୍କା କରାଯିବ । ବୈଠକ ଭତ୍ତା ବାବଦକୁ ୨୫୦ ଓ ମହଙ୍ଗା ଭତ୍ତା ବାବଦକୁ ୧୨୫ ଟଙ୍କା ଲେଖାଏଁ ଦିଆଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମାସିକ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ବର୍ତ୍ତମାନ ଏହା ୭୫୦୦ ଟଙ୍କା ରହିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମାସିକ ଭତ୍ତା ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ବର୍ତ୍ତମାନ ଏହା ୭୫୦୦ ଟଙ୍କା ରହିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ବୈଠକ ଭତ୍ତା ୨୭୫ ଟଙ୍କା ଓ ମହଙ୍ଗା ଭତ୍ତା ୧୭୫ ଟଙ୍କା କୁ ବୃଦ୍ଧି ପାଇବ । ଯାତ୍ରାକାଳୀନ ଭତ୍ତା (ଟିଏ) ବାବଦରେ ବର୍ଷକୁ ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏହା ବଢ଼ି ୧୫ ହଜାର ଟଙ୍କା ହେବ । ଘରଭଡ଼ା ଭତ୍ତା ପୂର୍ବ ଭଳି ୨୬ ହଜାର ଟଙ୍କା ରହିବ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ମାସିକ ଭତ୍ତା ୭୫୦୦ ଟଙ୍କା, ବୈଠକ ଭତ୍ତା ୨୭୫ ଟଙ୍କା, ମହଙ୍ଗା ଭତ୍ତା ୧୭୫ ଟଙ୍କା ଓ ଯାତ୍ରାକାଳୀନ ଭତ୍ତା ୭୫୦୦ ଟଙ୍କାକୁ ବୃଦ୍ଧି ପାଇବ । ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୩୭୫୦ ଟଙ୍କା ବୈଠକ ଭତ୍ତା ୨୭୫ ଟଙ୍କା ଏବଂ ମହଙ୍ଗା ଭତ୍ତା ୧୭୫ ଟଙ୍କାକୁ ବୃଦ୍ଧି ପାଇବ ।
ପଞ୍ଚାୟତ ଭଳି ପୌରାଞ୍ଚଳ ଜନପ୍ରତିନିଧିଙ୍କ ଭତ୍ତା ବୃଦ୍ଧି ପାଇଁ ମଧ୍ୟ ସୁପାରିଶ ହୋଇଛି । ମହାନଗର ନିଗମ ମେୟରଙ୍କ ମାସିକ ଭତ୍ତା ୮ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ମେୟରଙ୍କୁ ବୈଠକ ଭତ୍ତା ବାବଦରେ ୯ ଶହ ଟଙ୍କା ଦିଆଯିବ । ଡେପୁଟୀ ମେୟରଙ୍କୁ ମାସିକ ଭତ୍ତା ବାବଦକୁ ୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏହା ସହ ବୈଠକ ଭତ୍ତା ବାବଦକୁ ୯ ଶହ ଟଙ୍କା ଦିଆଯିବ ।
ସେହିପରି ପୌରାଧ୍ୟକ୍ଷଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଥିବା ବେଳେ ଏହା ୭୫୦୦ ଟଙ୍କାକୁ ବୃଦ୍ଧି ପାଇବ । ପୌରାଧ୍ୟକ୍ଷଙ୍କୁ ବୈଠକ ଭତ୍ତା ବାବଦକୁ ୪ ଶହ ଟଙ୍କା ଦିଆଯିବ । ପୌର ଉପାଧ୍ୟକ୍ଷଙ୍କୁ ମାସିକ ଭତ୍ତା ବାବଦକୁ ୨୫୦୦ ଟଙ୍କା ଦିଆଯାଉଥିବା ବେଳେ ଏହାକୁ ୪ ହଜାର ଟଙ୍କା କରାଯିବ । ବୈଠକ ଭତ୍ତା ୪ ଶହ ଟଙ୍କାକୁ ବୃଦ୍ଧି ପାଇବ । ଏନଏସି ଅଧ୍ୟକ୍ଷଙ୍କ ମାସିକ ଭତ୍ତା ୫ ହଜାର ଓ ବୈଠକ ଭତ୍ତା ୪ ଶହ ଟଙ୍କା ହେବ । ଏନଏସି ଉପାଧ୍ୟକ୍ଷଙ୍କ ମାସିକ ଭତ୍ତା ୩୫୦୦ ଟଙ୍କା ଓ ବୈଠକ ଭତ୍ତା ୪ ଶହ ଟଙ୍କାକୁ ବୃଦ୍ଧି କରାଯିବ । ବୈଠକ ଭତ୍ତା ବାବଦକୁ ମହାନଗର ନିଗମ କର୍ପୋରେଟରଙ୍କୁ ୯୦୦ ଟଙ୍କା, ମ୍ୟୁନିସିପାଲିଟି କାଉନସିଲରଙ୍କୁ ୪ ଶହ ଓ ଏନଏସି କାଉନସିଲଙ୍କୁ ୪ ଶହ ଟଙ୍କା ଦେବା ପାଇଁ ସୁପାରିଶ କରିଛି ଅର୍ଥ କମିଶନ ।