ବଡ଼ ଖବର: ଆତ୍ମ ସମର୍ପଣ କରିବା ଆରମ୍ଭ କରିଛି ୟୁକ୍ରେନ୍: ରଷିଆ
ବଡ଼ ଖବର: ଆତ୍ମ ସମର୍ପଣ କରିବା ଆରମ୍ଭ କରିଛି ୟୁକ୍ରେନ୍: ରଷିଆ

ମସ୍କୋ : ୟୁକ୍ରେନ୍ ଉପରେ ରଷିଆର ଘମାଘୋଟ ଆକ୍ରମଣ ଭିତରେ ଭୟଭୀତ ହୋଇ ପଡ଼ିଛି ୟୁକ୍ରେନ୍। ବିଶ୍ବ ସମୁଦାୟକୁ ସହାୟତାର ଅନୁରୋଧ କରିଛି। ଏହା ମଧ୍ୟରେ ରୁଷିଆ ଦାବି କରିଛି ୟୁକ୍ରେନ୍ ସୈନ୍ୟ ଅସ୍ତ୍ର ଛାଡ଼ିବା ଆରମ୍ଭ କରିଛି। ୟୁକ୍ରେନ୍ ସେନା ଆତ୍ମସମର୍ପଣ କରିବା ଆରମ୍ଭ କରିଥିବା ରୁଷିଆ ଦାବି କରିଛି। ରୁଷିଆର ଘମାଘୋଟ ଆକ୍ରମଣ ମଧ୍ୟରେ ୟୁକ୍ରେନ୍ ତିଷ୍ଠିବା ସମ୍ଭବ ହୋଇ ପାରୁନି। ପ୍ରତିରକ୍ଷା ପାଇଁ ଆକ୍ରମଣ କରିଥିଲେ ମଧ୍ୟ ରଷିଆ ସେନା ୟୁକ୍ରେନ୍ର ୪ସୀମାରୁ ଆକ୍ରମଣ କରି ତାର ସମସ୍ତ ସୈନ୍ୟ ଶିବିରକୁ ଧ୍ବଂସ କରି ଦେଇଛି। ଅନ୍ୟପକ୍ଷରେ ରୁଷିଆର ସେନା ୟୁକ୍ରେନ୍ର ଏକାଧିକ ସହର ମଧ୍ୟକୁ ପ୍ରବେଶ କରିଥିବା ଖବର ମିଳିଛି। ପାରଚୁଟ୍ ମାଧ୍ୟମରେ ରୁଷିଆ ସେନା ୟୁକ୍ରେନ୍ ସୀମା ଭିତରେ ଓହ୍ଲାଇ ଏକାଧିକ ସହରକୁ ନିଜ କବ୍ଜାକୁ ନେଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି।