ବ୍ରାଉନସୁଗାର କାରବାରରେ ଡିଲ କରିଛନ୍ତି ମହିଳା

ବ୍ରାଉନସୁଗାର କାରବାରରେ ଡିଲ କରିଛନ୍ତି ମହିଳା

ବ୍ରାଉନସୁଗାର କାରବାରରେ ଡିଲ କରିଛନ୍ତି ମହିଳା
ଭୁବନେଶ୍ୱର:ବ୍ରାଉନ ସୁଗାର କବଜାରେ ରାଜଧାନୀ । ୭ ଗ୍ରାମର ବ୍ରାଉନସୁଗାର ଡିଲ୍‌ରେ ସମ୍ପୃକ ଥିବା ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଏହିଭଳି ଘଟଣା ଘଟିଛି ପଟିଆ ଛକ ନିକଟ ପେଟ୍ରୋଲ ପମ୍ପ କଡରେ। ଏହି ହାଇପ୍ରୋଫାଇଲ ଡିଲ ବେଳେ ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନସୁଗାର ସହ ୪୭ ହଜାର ଟଙ୍କା ଓ ୭ଟି ମୋବାଇଲ ଫୋନ ଓ ଗୋଟିଏ କାରକୁ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ କାରରେ ୪ ଜଣ ବ୍ରାଉନସୁଗାର ଡିଲ କରିବା ସମୟରେ ଜଣେ ମହିଳା ମଧ୍ୟ ଏଥିରେ ସମ୍ପୃକ ଥିବାର ଜଣା ପଡ଼ିଛି। ଏହା ଯେପରି ଏକ ବଡ଼ ଧରଣର ଡିଲ ବୋଲି ଅନୁମାନ କରାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣରେ କାରବାର ହେଉଥିବା ବ୍ରାଉନ ସୁଗାର କିପରି ପୋଲିସ ନଜରରୁ ଖସିଗଲା ? ପୋଲିସର ନଜର ଆଢୁଆଳରେ ବ୍ରାଉନସୁଗାରକୁ ଖସାଇଦେବାରେ ସକ୍ଷମ ହେଲେ କି ବ୍ରାଉନସୁଗାର ସପ୍ଲାୟର । ନା ପୋଲିସକୁ ମିଳିଥିବା ଖବର ଦୁର୍ବଳ ଥିଲା ? ଏମିତି ଅନେକ ପ୍ରଶ୍ନ ର କୌଣସି ସ୍ପଷ୍ଟୀକରଣ ମିଳି ନାହିଁ । ଅଧିକ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ ।