ବିହାରରେ ଲକଡାଉନ ଘୋଷଣା

ବିହାରରେ ଲକଡାଉନ ଘୋଷଣା

ବିହାରରେ ଲକଡାଉନ ଘୋଷଣା
ପାଟନା: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୫୭ ହଜାର ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୪୪୯ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୨୨ ହଜାର ୪୦୮ କୁ ବୃଦ୍ଧି ପାଇଛି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ବିହାରରେ ଲକଡାଉନ ଘୋଷଣା କରାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ ଲାଗିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।