ବିରୋଧୀ ଦଳ ନେତା ହେବେ ଜୟ ନାରାୟଣ ମିଶ୍ର!
ବିରୋଧୀ ଦଳ ନେତା ହେବେ ଜୟ ନାରାୟଣ ମିଶ୍ର!

ଦୀର୍ଘଦିନ ପରେ ନୂଆ ବିରୋଧୀ ଦଳ ନେତା ବାଛିବାକୁ ଯାଉଛି ବିଜେପି । ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଦଳ ବିରୋଧୀ ଦଳ ନେତା କରିବ ବୋଲି ଜାଣିବାକୁ ମିଳିଛି । କରୋନା ପରେ ଗୁରୁତର ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏଯାବତ ବି ସୁସ୍ଥ ହୋଇନାହାନ୍ତି । ଫଳରେ ଗତ ଦେଢ଼ ବର୍ଷ ଧରି ବିଜେପି ବିନା ବିରୋଧୀ ଦଳରେ ଲଢେ଼ଇ କରୁଛି । ନୂଆ ବିରୋଧୀ ଦଳ ନେତା ବାଛିବା ପାଇଁ ପୂର୍ବରୁ ବିଧାୟକମାନେ ଦାବି କରିଥିଲେ । ବିରୋଧୀ ଦଳ ନେତା ଦୌଡ଼ରେ ବିଷ୍ଣୁଚରଣ ସେଠୀ, ମୋହନ ମାଝୀ ଓ ଜୟ ନାରାୟଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ।
ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେପି ବିଧାୟକମାନଙ୍କ ସହ ଏନେଇ କେନ୍ଦ୍ରୀୟ ନେତୃମଣ୍ଡଳୀ ଆଲୋଚନା କରିଥିଲେ । ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ମତାମତ ନେବା ପରେ ଜୟ ନାରାୟଣଙ୍କ ନାଁରେ ମୋହର ମରାଯିବ ବୋଲି ଜାଣିବାକୁ ମିଳିଛି ।