ବିବାହ ଓ ଶୁଦ୍ଧିକ୍ରିୟା ପାଇଁ କରୋନା ଗାଇଡଲାଇନ

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ କରୋନା ଗାଇଡଲାଇନ

ବିବାହ ଓ ଶୁଦ୍ଧିକ୍ରିୟା ପାଇଁ କରୋନା ଗାଇଡଲାଇନ
ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିବାହ ଓ ଶୁଦ୍ଧିକ୍ରିୟା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରକାଶ ପାଇଛି କରୋନା ଗାଇଡଲାଇନ । ବିବାହରେ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିଛି । ସେହିପରି ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିଳିଛି । ବିବାହ କାର୍ଯ୍ୟରେ ବର, କନ୍ୟା, ଦୁଇ ପରିବାର, ପୂଜକ , ରୋଷେୟାଙ୍କୁ ମିଶାଇ ୫୦ ଜଣଙ୍କୁ ଅନୁମତି ମିଳିଛି । ଅନ୍ୟାଦେଶ ଯାଏଁ ବିବାହ ପ୍ରୋସେସନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ବର୍ଷରୁ ଉଦ୍ଧ୍ୱର୍, ୧୦ ବର୍ଷରୁ କମ୍ , ଗର୍ଭବତୀଙ୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଉଭୟ କାର୍ଯ୍ୟ ପାଇଁ ନିକଟ ଥାନାର ଅନୁମତି ନେବା ନିହାତି ଦରକାର ରହିଛି । ଉଭୟ କାର୍ଯ୍ୟରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ସର୍ବସାଧାରଣ ସ୍ଥାନରେ ଗୁଟକା, ପାନ ଛେପ ପକାଇବାକୁ ବାରଣ କରାଯାଇଛି ।