ବିଜେପି ସମର୍ଥକ-ପୁଲିସ ସଂଘର୍ଷ

ବିଜେପି ସମର୍ଥକ-ପୁଲିସ ସଂଘର୍ଷ

ବିଜେପି ସମର୍ଥକ-ପୁଲିସ ସଂଘର୍ଷ
କୋଲକାତା: ବିଧାନସଭା ନିର୍ବାଚନ ପାଇଁ କେତେକ ଆସନରେ ବିଜେପି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବାରୁ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଜେପି ନିର୍ବାଚନ କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଣେ ନେତାଙ୍କୁ ଟାର୍ଗେଟ କରି ବିକ୍ଷୋଭକାରୀମାନେ ପଥର ଫିଙ୍ଗିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି । ଅନ୍ୟ ପକ୍ଷରେ ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଅସମ୍ଭବକଥା । ବିଜେପି ସମର୍ଥକମାନେ କେବେ ବି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିନାହାନ୍ତି । ବିଜେପି ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ସେ ଦୃଢ଼ତାର ସହ କହିଛନ୍ତି ।