ବିଜେପି ସଭାପତି କାର୍ଯ୍ୟଭାର ଗ୍ରହଣ କଲେ ସମିର ମହାନ୍ତି

ବିଜେପି ସଭାପତି କାର୍ଯ୍ୟଭାର ଗ୍ରହଣ କଲେ ସମିର ମହାନ୍ତି

ବିଜେପି ସଭାପତି କାର୍ଯ୍ୟଭାର ଗ୍ରହଣ କଲେ ସମିର ମହାନ୍ତି
ଭୁବନେଶ୍ଵର - ବିଜେପିର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନେଶ୍ଵରସ୍ଥିତ ବିଜେପି ରାଜ୍ୟ କାର୍ୟ୍ୟାଳୟଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏ ନେଇ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ପୂର୍ବତନ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତ ଷଡ଼ଙ୍ଗୀ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂହ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସଭାପତି ପଦ ପାଇଁ ଭୋଟ ଦେବାକୁ ଥିବା ସଦସ୍ୟ ଅଥବା ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟଙ୍କ ମଧ୍ୟରେ ସମୀର ମହାନ୍ତିଙ୍କ ନାଁରେ ସହମତି ଜଣାଇଥିଲେ । ତେବେ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଯାଂଚ କରାଯାଇ ସମୀର ମହାନ୍ତିଙ୍କୁ ବିଦ୍ଧିବଦ୍ଧଭାବେ ସଭାପତି ଭାବେ ଘୋଷଣା କରାଯାଇଛି । ନାମାଙ୍କନ ବେଳେ ବହୁ ବରିଷ୍ଠ ବିଜେପି ନେତା ସେଠାରେ ଉପସ୍ଥିତ ଥିଲେ । ଗତ ଡିସେମ୍ବର ମାସରେ ପୂର୍ବ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ୟ୍ୟକାଳ ଶେଷ ହୋଇଛି ।