ବିଜେଡିର ପିପିଲି ଟାର୍ଗେଟ ୨୫ ହଜାର

ବିଜେଡିର ପିପିଲି ଟାର୍ଗେଟ ୨୫ ହଜାର

ବିଜେଡିର ପିପିଲି ଟାର୍ଗେଟ ୨୫ ହଜାର

ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି  । ଚଳିତ ଥର ପିପିଲି ଉପନିର୍ବାଚନରେ ଅଧିକ ମତଦାନ ହୋଇଛି  । ଗତ ନିର୍ବାଚନରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥି ୧୬ ହଜାର ଭୋଟ ବ୍ୟବଧାନରେ ବାଜିମାତ କରିଥିଲେ  । ତେଣୁ ଉପନିର୍ବାଚନରେ ଦଳ ଅଧିକ ଭୋଟ ପାଇବାକୁ ଲକ୍ଷ୍ୟ ରଖିଛି  । ଦଳର ଆକଳନ ଅନୁଯାୟୀ ବିଜେଡ଼ି ପ୍ରାର୍ଥୀ ୨୨ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିଣିବେ  ।

ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେବ  । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିବ  । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି  ।