ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ନାଁ’ରେ ଯୌନ ଶୋଷଣ ଅଭିଯୋଗ ହୋଇଛି । ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସାନ ଭାଇ ହେଉଛନ୍ତି ପ୍ରକାଶ ମାଝୀ । ବିଧାୟକଙ୍କ ନାଁ’ରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ ପରେ ପୋଲିସ୍ ମାମଲା କରୁନଥିବା  ଶୁଣିବାକୁ ମିଳିଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଅଭିଯୋଗ ଆଣିଛନ୍ତି ।  

ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ଅନ୍ତର୍ଗତ ଜାଗମରା ଅଂଚଳର  ଜଣେ ଯୁବତୀ, ବିଧାୟକ ପ୍ରକାଶ ମାଝୀଙ୍କ ନାଁ’ରେ ଯୌନ ଶୋଷଣ ଓ ହତ୍ୟା ଧମକ ଦେଇଥିବା ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ତାଙ୍କ ଅଭିଯୋଗ ଗ୍ରହଣ କରି ବିଧାୟକଙ୍କ ନାଁ’ରେ ମାମଲା ରୁଜୁ କରିନଥିବା ସୂଚନା ମିଳିଛି । 

ଅନ୍ୟପଟେ ଏଭଳି ଘଟଣା ପାଇଁ ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ପ୍ରକାଶଙ୍କ ଇସ୍ତଫା ସହ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏହାସହିତ ବିଜେପି ପ୍ରକାଶଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛି । ତେବେ ଏହି ଘଟଣାକୁ ନେଇ ପୋଲିସ୍ କିମ୍ବା ବିଧାୟକ ପ୍ରକାଶ ମାଝୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।