ବାଲେଶ୍ୱର ଆରଟିଓ ପକ୍ଷରୁ ଘରୋଇ ବସ୍ ସିଜ୍, ୧୩ ଲକ୍ଷ ୫୦ ହାଜର ଟଙ୍କା ଜୋରିନାମା

ବାଲେଶ୍ୱର ଆରଟିଓ ପକ୍ଷରୁ ଘରୋଇ ବସ୍ ସିଜ୍, ୧୩ ଲକ୍ଷ ୫୦ ହାଜର ଟଙ୍କା ଜୋରିନାମା

ବାଲେଶ୍ୱର ଆରଟିଓ ପକ୍ଷରୁ ଘରୋଇ ବସ୍ ସିଜ୍, ୧୩ ଲକ୍ଷ ୫୦ ହାଜର ଟଙ୍କା ଜୋରିନାମା
ବାଲେଶ୍ୱରର ଆରଟିଓ ପକ୍ଷରୁ ଆଜି ଶ୍ରୀ ଲୋକନାଥ ନାମକ ଘରୋଇ ବସ୍ ସିଜ୍ କରାଯାଇ ୧୩ଲକ୍ଷ ୫୦ ହାଜର ଟଙ୍କା ଜୋରିନାମା କରାଯାଇଛି । ବସ୍ର କାଗଜପତ୍ର ଯାଞ୍ଚ କରାଯିବା ପରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍ର ମାଲିକଙ୍କ ଉପରେ ଅନ୍ୟ ଦୁଇ ବସ୍ର ଟ୍ୟାକ୍ସ ଓ ପେନାଲ୍ଟି ବାବଦରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ବକେୟା ଥିଲା। ଏହି ବକେୟା ଅର୍ଥ ସେ ପଇଠ କରୁ ନ ଥିବାରୁ ତାଙ୍କର ଅନ୍ୟ ବସ୍କୁ ଜବତ କରିବା ଲାଗି ପରିବହନ କମିଶନର ନିର୍ଦେଶ ଦେଇଥିଲେ। ଫଳରେ ବାଲେଶ୍ୱର ଆର୍ଟିଓ ଆଜି ଗୋପଙ୍କ ଅନ୍ୟ ବସ୍ ‘ଶ୍ରୀ ଲୋକନାଥ’ କଟକରୁ ବାଲେଶ୍ୱର ଆସୁଥିବା ବେଳେ ଅଟକାଇ ତାହାକୁ ସିଜ୍ କରିଥିଲେ। କଟକରୁ ୱାରେଣ୍ଟ ଜାରି ହେବା ପରେ ବସକୁ ସିଜ କରାଯାଇଛି ।