ବାରବାଙ୍କ ଗ୍ରାମରେ ବିଦୁ୍ୟତ ଆଘାତରେ ମା’ପୁଅ ମୃତ
ବାରବାଙ୍କ ଗ୍ରାମରେ ବିଦୁ୍ୟତ ଆଘାତରେ ମା’ପୁଅ ମୃତ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ପୂର୍ବରୁ ପରିବାରର ମୁରବିଙ୍କ ମୃତୁ୍ୟ ଘଟିଥିଲା । ସନ୍ଧ୍ୟା ପ୍ରାୟ ୫ଟାରେ ବିଦୁ୍ୟତ ଆଘାତରେ ମା ଓ ପୁଅଙ୍କ ମୃତୁ୍ୟ ଘଟିବା ପରେ ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଛି । ମୃତକ ଦ୍ୱୟ ହେଲେ ଯଶୋଦା ସାହୁ (୬୫) ଓ ତାଙ୍କ ଭିନ୍ନକ୍ଷମ ପୁଅ ସୁଶାନ୍ତ (୩୦) । ସୂଚନା ଅନୁସାରେ ସନ୍ଧ୍ୟାରେ ଘରେ ଥିବା ଏକ ଟେବୁଲ ଫ୍ୟାନରୁ ପ୍ରଥମେ ମା ଯଶୋଦାଙ୍କୁ ବିଦୁ୍ୟତ ଆଘାତ ଲାଗିଥିଲା । ମାଙ୍କ ଚିକ୍ରାର ଶୁଣି ଶୁଶାନ୍ତ ଘଟଣା ସ୍ଥଳରେ ପହଞ୍ଚିବାରୁ ସେ ମଧ୍ୟ ବହୁତ ଆଘାତ ପାଇଥିଲେ । ଘରେ ଆଉ କେହି ସଦସ୍ୟ ନଥିବାରୁ ବିଦୁ୍ୟତ ସଂଯୋଗ କେହି ବିଚ୍ଛିନ୍ନ କରିପାରିନଥିଲେ । ଫଳରେ ଉଭୟ ମା ପୁଅଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ପ୍ରକାଶ ଥାଉ କି, ଯଶୋଦାଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତୁ୍ୟ ହୋଇଯାଇଛି । ପୁଅ ସୁଶାନ୍ତ ଭିନ୍ନକ୍ଷମ ଥିଲେ । ଉଭୟ ଏକୁଟିଆ ରହୁଥିଲେ । ବର୍ତ୍ତମାନ ପରିସ୍ଥିତିରେ ପରିବାରର ଆଉ କେହି ନଥିବା ଜଣାପଡ଼ିଛି ।




admin 