ବାତ୍ୟା ପ୍ରଭାବିତ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଦେ୍ର୍ଧଶ

ନୂଆଦିଲ୍ଲୀ: ବାତ୍ୟା ତୌକତେକୁ ନେଇ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଦ୍ୱାରା ହୋଇଥିବା ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ଲୋକଙ୍କୁ ପ୍ରଭାବିତ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବିଦୁ୍ୟତ, ଦୂରସଂଚାର, ସ୍ୱାସ୍ଥ୍ୟ ଏବଂ ପାନୀୟଜଳ ଭଳି ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ହସ୍ପିଟାଲଗୁଡ଼ିକରେ କୋଭିଡ ଚିକିତ୍ସା ବ୍ୟବସ୍ଥା, ଭ୍ୟାକସିନ କୋଲଡ ଚେନ, ପାୱାର ବ୍ୟାକଅପ ଏବଂ ବାତ୍ୟା ଦ୍ୱାରା ପ୍ରଭାବିତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ଗୁରୁତ୍ୱାରୋପ କରିଛନ୍ତି ।