ବାଇକ ଧକ୍କାରେ ୩ ମୃତ

ବାଇକ ଧକ୍କାରେ ୩ ମୃତ

ବାଇକ ଧକ୍କାରେ ୩ ମୃତ

ଫୁଲବାଣୀ: କନ୍ଧମାଳ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମ ନିକଟରେ ପଲସର ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲାବେଳେ ଆଉ ଜଣଙ୍କ ଫୁଲବାଣୀ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଛି । ତେବେ ୩ ଜଣ ଯୁବକ ବାଇକରେ ଜି.ଉଦୟଗିରିରୁ ରାଇକିଆକୁ ଆସୁଥିବାବେଳେ ବାକିଙ୍ଗିଆ ଗ୍ରାମ ପ୍ରଧାନ ଢ଼ାବା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ମୃତ ୩ ଯୁବକ ହେଲେ ଭାଲିଆପଡ଼ା ଗ୍ରାମରର ଅଭିଷେକ ନାୟକ, ପାଜିମାହା ଗ୍ରାମର କିରଣ ପ୍ରଧାନ ଓ ଟିକାବାଲି ଅଞ୍ଚଳର ଅମିତ ଦିଗାଲ। ଏପଟେ ସୂଚନା ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।