ବାଇ-ଲ ସ୍ଥଗିତ ରଖିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି

ବାଇ-ଲ ସ୍ଥଗିତ ରଖିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି

ବାଇ-ଲ ସ୍ଥଗିତ ରଖିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି
ଭୁବନେଶ୍ୱର: ବାଇ-ଲ ସ୍ଥଗିତ ରଖିବାକୁ ବିଜେପି ସାଂସଦମାନେ ଦାବି କରିଛନ୍ତି । ଏନେଇ ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଛନ୍ତି । ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବିଜେପି ସାଂସଦମାନେ ଏକ ସ୍କାରକପତ୍ର ଦେଇଛନ୍ତି । ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିଛନ୍ତି । ସମସ୍ତ ପକ୍ଷଙ୍କ ମଧ୍ୟରେ ସହମତି ଆସିବା ଯାଏ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିଛନ୍ତି । ସରକାର, ସେବାୟତ ଓ ପରିଚାଳନା କମିଟିରେ ସହମତି ଯାଏ ବାଇ-ଲକୁ ସ୍ଥଗିତ ରଖିବା ପାଇଁ ବିଜେପି ସାଂସଦମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ସୋମବାର ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି । ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ସମ୍ପର୍କରେ ନବୀନ କଡ଼ା ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର ସରକାର ବାଇ-ଲ ପ୍ରତ୍ୟାହାର କରି ନେବା ଉଚିତ ବୋଲି ନବୀନ କହିଛନ୍ତି । ମହାପ୍ରଭୁଙ୍କ କାମକୁ କେହି ଅଟକାଇ ପାରିବେନି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।