ଲକ୍ଷେ ଟଙ୍କା ପାଇଁ ବନ୍ଧା ପଡ଼ିଛି ଶବ!

ଲକ୍ଷେ ଟଙ୍କା ପାଇଁ ବନ୍ଧା ପଡ଼ିଛି ଶବ!

ଲକ୍ଷେ ଟଙ୍କା ପାଇଁ ବନ୍ଧା ପଡ଼ିଛି ଶବ!
ବନ୍ତଳା: ଚିକିତ୍ସା ବାବଦକୁ ଲକ୍ଷେ ଟଙ୍କା ନ ଦେଲେ ଶବ ଦେବୁନି । କଟକର ଏକ ଘରୋଇ ନର୍ସିଂହୋମ୍ କର୍ତ୍ତୃପକ୍ଷଙ୍କ ଏମିତି ଜିଦ ପାଇଁ ଅନୁଗୁଳ ବ୍ଲକ ବଡ଼କନ୍ଥକୁଳ ପଞ୍ଚାୟତର ଦୁର୍ଗମ ଗ୍ରାମ କରାବିରାଖୋଲର ଜଣେ ଯୁବକଙ୍କ ମୃତଦେହ ବନ୍ଧାପଡ଼ିଛି । ସକାଳୁ ଏହି ଯୁବକଙ୍କର ମୃତୁ୍ୟ ହୋଇଥିଲେ ମଧ୍ୟ ଟଙ୍କା ନ ଦେବା ପର୍ଯ୍ୟନ୍ତ ଶବ ହସ୍ତାନ୍ତର କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ନର୍ସିଂହୋମ କର୍ତ୍ତୃପକ୍ଷ । ଏପଟେ ଗରିବ ପରିବାରର ହୋଇଥିବାରୁ ଟଙ୍କା ନ ଦେବା ପର୍ଯ୍ୟନ୍ତ ଶବ ହସ୍ତାନ୍ତର କରିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ନର୍ସିଂହୋମ କର୍ତ୍ତୃପକ୍ଷ । ଏପଟେ ଗରିବ ପରିବାରର ହୋଇଥିବାରୁ ଟଙ୍କା ଯୋଗାଡ଼ କରି ପାରି ନାହାନ୍ତି ସମ୍ପର୍କୀୟ । କରାବିରାଖୋଲର ବିମଳ ପ୍ରଧାନ (୨୨) ଗତ ୫ ତାରିଖ ଦିନ ବାଇକ ଯୋଗେ ହିନେ୍ଦାଳକୁ ଯାଇଥିଲେ । ତେବେ ହିନେ୍ଦାଳ ଥାନା ନୂଅାଁକୋଟ ପାଖରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମଳଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ପରିବାର ଲୋକେ ପ୍ରଥମେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।