ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ

ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ

ଉତ୍ତରାଖଣ୍ଡକୁ ଦୋହଲାଇ ଦେଇଥିବା ୫ଟି ବଡ଼ ବିପର୍ଯ୍ୟୟ
ଡେରାଡୁନ: ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ଉତ୍ତରାଖଣ୍ଡକୁ ଅନେକ ସମୟରେ ଦୋହଲାଇ ଦେଇଛି । ଏହା ପୂର୍ବରୁ ଉତ୍ତରାଖଣ୍ଡର କେଦାରନାଥ ବିପର୍ଯ୍ୟୟ ରାଜ୍ୟ ପାଇଁ ମହା ସଂକଟ ସୃଷ୍ଟି କରିଥିଲା । ତେବେ କେଦାରନାଥ ବିପର୍ଯ୍ୟୟରୁ ସରକାର ଯେଭଳି ଶିକ୍ଷା ଗ୍ରହଣ କରିବା କଥା ତାହା କରି ନଥିବାରୁ ଏବେ ଆଉ ଏକ ବିପର୍ଯ୍ୟୟ ରାଜ୍ୟକୁ ଦୋହଲାଇ ଦେଇଛି । ଗ୍ଲାସିୟର ଅଧ୍ୟୟନ କରି ବିହୀତ ପଦକ୍ଷେପ ନେବା ଦୂରର କଥା ଏହାର ମୁହଁରେ ବନ୍ଧ ନିର୍ମାଣ କରି ପ୍ରକୃତି ସହିତ ଯେଉଁ ଅନ୍ୟାୟ ହେଉଛି ତାହା ଗୋଟିଏ ପରେ ଗୋଟିଏ ସଂକଟକୁ ଡାକି ଆଣୁଛି । ୧୬ ଜୁନ ୨୦୧୩ ରେ କେଦାରନାଥରେ ଘଟିଥିବା ବନ୍ୟା ବିଭୀଷିକା ସମଗ୍ର ଦେଶକୁ ଆନେ୍ଦାଳିତ କରିଥିଲା । ଏହି ବିପର୍ଯ୍ୟୟରେ ୪୫୦୦ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିଲା ଏବଂ ଅନେକ ନିଖୋଜ ହୋଇଯାଇଥିଲା । ୪୦୦୦ ରୁ ଅଧିକ ଗ୍ରାମ ସହିତ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ସେତେବେଳେ ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମର ବିଶାଳ ଅଭିଯାନ ୯୦ ହଜାର ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା । ୨୦୨୦ ପିଥୋରଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା ଚୈସର ଗ୍ରାମରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଅନେକ ମୃତାହତ ହୋଇଥିଲେ । ୨୦୧୯ ରେ ଅଚାନକ ଏକ ନାଳରେ ବନ୍ୟା ଆସି ୧୮ ଜଣଙ୍କ ମୃତୁ୍ୟ ଘଟିଥିଲା । ୨୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଉତ୍ତରକାଶୀରେ ୧୯୯୧ ରେ ଆସିଥିବା ଭୂକମ୍ପ ଯୋଗୁଁ ଏହାର ଚଟାଣ ଦୁର୍ବଳ ହୋଇଯାଇଥିଲା । ଏହା ପରେ ଅଧିକ ବର୍ଷା ହେଲେ ଅତଡ଼ା ଧସି ବାରମ୍ବାର ବିପର୍ଯ୍ୟୟ ସୃଷ୍ଟି ହେଉଛି । ୨୦୧୯ ରେ ଉତ୍ତରକାଶୀର ଆରାକୋଟରେ ଆସିଥିବା ବନ୍ୟା ବିପର୍ଯ୍ୟୟ ଯୋଗୁଁ ୩୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ଏବଂ ନାହିଁ ନଥିବା କ୍ଷୟକ୍ଷତି ଘଟିଥିଲା ।