ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି : ଡା. ଲକ୍ଷ୍ମୀଧର ସାହୁ

ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି : ଡା. ଲକ୍ଷ୍ମୀଧର ସାହୁ

ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି : ଡା. ଲକ୍ଷ୍ମୀଧର ସାହୁ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ବି ବଢି ଚାଲିଛି । ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ବର୍ଷାରେ ଓଦା ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ ବର୍ଷାରେ ନଭିଜିବାକୁ କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଡା. ଲକ୍ଷ୍ମୀଧର ସାହୁ ପରାମର୍ଶ ଦେଇଛନ୍ତି । ଆଗକୁ ବାତ୍ୟା ‘ୟଶ’ ଆସୁଛି । ବାତ୍ୟା ପରେ ବର୍ଷା ହେବ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । କୋଭିଡ ସମୟ ହୋଇଥିବାରୁ ଅଧିକ ସତର୍କ ରହିବା ସହ ଓଦା ନହେବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଗୋଟିଏ ଘରେ ଅଧିକ ଲୋକ ରହୁଥିଲେ ମାସ୍କ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିଲେ ୯୫ ପ୍ରତିଶତ ସଂକ୍ରମଣ ଆଶଙ୍କା କମ ଥାଏ ବୋଲି କ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ।