ବର୍ଷା ଯୋଗୁଁ ବିପଦସଙ୍କେତ ଉପରେ ସିଲେରୁ-ସାବେରୀ ନଦୀର ଜଳସ୍ତର

ବର୍ଷା ଯୋଗୁଁ ବିପଦସଙ୍କେତ ଉପରେ ସିଲେରୁ-ସାବେରୀ ନଦୀର ଜଳସ୍ତର

ବର୍ଷା ଯୋଗୁଁ ବିପଦସଙ୍କେତ ଉପରେ ସିଲେରୁ-ସାବେରୀ  ନଦୀର  ଜଳସ୍ତର

 

ମାଲକାନଗିରି : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗୋଦାବରୀ ନଦୀରେ ତୃତୀୟ ବିପଦ ସଙ୍କେତ ୫୩ଫୁଟ ରହିଥିବାବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୬୮ଫୁଟ ଜଳସ୍ତର ରହିଛି। ଜିଲାର ୭ଟି ବ୍ଲକ ମଧ୍ୟରୁ କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ମାଲକାନଗିରି ବ୍ଲକରେ ୩୪.୪, ମାଥିଲିରେ ୨୨, ଖଇରପୁଟରେ ୩୬, ଚିତ୍ରକୋଣ୍ଡାରେ ୪୨, କାଲିମେଳାରେ ୨୦ ଓ ପଡିଆ ବ୍ଲକରେ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପୋଲାଭରମରୁ ଆସୁଥିବା ପଛୁଆ ଜଳ ଯୋଗୁଁ ସିଲେରୁ ଓ ସାବେରୀ ନଦୀରେ ଜଳ ନିଷ୍କାସନ ହୋଇ ନ ପାରିବା ଫଳରେ ମାଲକାନଗିରି ଜିଲାର ମୋଟୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

ବାରିବାଞ୍ଛା, ବିନାୟକପୁର, ଆଲମା ଓ ମୁରଲିଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ମୁଗି ପଏଣ୍ଟ ଓ ପୁରୁଣା ମୋଟୁ ଜଳାର୍ଣ୍ଣବ ହେବାରୁ ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ିଯାଇଛି। ଫଳରେ ୧୧ଟି ପରିବାରକୁ ବନ୍ୟା ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ସ୍ଥିତି ଅଣାୟତ୍ତ ହେବାପରେ ଆଜି ନିଜେ ମାଲକାନଗିରି ଜିଲାପାଳ ବିଶାଳ ସିଂ ଏବଂ ଅନ୍ୟାନ୍ୟ ଅଧିକାରୀ ମୋଟୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି।