ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ

ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ

ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ । ସଂକ୍ରମଣ ସନେ୍ଦହ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ନୂଆ ବ୍ୟବସ୍ଥା । ସୋମବାର ଠାରୁ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ । ଆସିବାୋର ସମସ୍ୟା ଥିବାରୁ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ । ଲକ୍ଷଣ ଥିବା ବରିଷ୍ଠ ନାଗରିକ ୧୯୨୯କୁ ଫୋନକ କରି ତଥ୍ୟ ଦେଇ ପାରିବେ । ନାଁ ଏବଂ ଘର ଠିକଣା ୧୯୨୯ରେ ଜଣାଇବା ପରେ ଘରକୁ ଭ୍ୟାନ୍ ଯିବ । ଘରେ ଭ୍ୟାନ୍ ପହିଂଚି ସାମ୍ପଳ ସଂଗ୍ରହ କରିବ ବୋଲି ବିଏମସି କମିଶନର କହିଛନ୍ତି । ନୂଆ ବ୍ୟବସ୍ଥା ସଂକର୍ପରେ କମିଶନର ସଂଜୟ ସିଂହ ସୂଚନା ଦେଇଛନ୍ତି ।