ଘରୁ ଆଣି ଟିକା ଦେବେ, ଘରେ ଛାଡିବେ

ଘରୁ ଆଣି ଟିକା ଦେବେ, ଘରେ ଛାଡିବେ

 ଘରୁ ଆଣି ଟିକା ଦେବେ, ଘରେ ଛାଡିବେ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଏମସି ଘରୁ ଆଣି ଟିକା ଦେବେ, ଘରେ ଛାଡିବେ । ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କ ବିଏମସି ଏହି ବ୍ୟବସ୍ଥା କରିଛି । ୧୯୨୯କୁ ଫୋନ୍ କଲେ ସଂପ୍ୟକ୍ତ ବ୍ୟକ୍ତିଙ୍କୁ ଘରୁ ଅଣାଯିବା ବ୍ୟବସ୍ଥା ହେବ । ଘରୁ ଆଣି ଠିକାକରଣ କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଛଡାଯିବ ବୋଲି ବିଏମସି କମିଶନର କହିଛନ୍ତି ।