ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି

ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି

ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି । ଏ ନେଇ ସେ ବ୍ୟାପକ ସୂଚନା ଦେଇ କହିଛନ୍ତି, ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି । ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି । ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି । ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବ । ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି । ହେଲେ ଲ୍ୟାଣ୍ଡ ନ କରିବା ଯାଏଁ କହି ହେବନି । 280 କିଲୋମିଟର ପାରାଦ୍ୱୀପ ଓ 310 କିଲୋମିଟର ଧାମରାରୁ ଅଛି । ଘଣ୍ଟାକୁ 15 କିଲୋମିଟର ବେଗରେ ଚାଲିଛି । ଆହୁରି ବଢିବ, କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ ହୋଇପାରେ । ଆଜି ରାତି 8.30 ରୁ କାଲି ରାତି 8.30 ଯାଏଁ ରେଡ ୱାର୍ନିଙ୍ଗ ଅଛି । 20 ସେଣ୍ଟିମିଟର ବର୍ଷା ହେବ । ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ । ସ୍ଥାନାଂତର କାମ ଚାଲିଛି, ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି । ଆଶ୍ରୟ ସ୍ଥଳୀରେ ଲୋକେ ପହଂଚି ସାରିଲେଣି । ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି । ହେଲେ ଏପରି କରନ୍ତୁ ନାହିଁ । ସେମାନେ ପହରା ଜାଣୁଛନ୍ତି । ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ । ପ୍ରାଣୀ ସମ୍ପଦ ଖାଦ୍ୟ ପହଂଚି ସାରିଛି । ଗର୍ଭବତୀମାନେ ହସ୍ପିଟାଲ ପହଂଚି ସାରିଲେଣି. ସେମାନେ ସୁରକ୍ଷିତ ଅଛନ୍ତି, ସନ୍ତୋଷଜନକ ପ୍ରସ୍ତୁତି ଅଛି । ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ନିଙ୍ଗ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତ ।  ବିଚଳିତ ହୁଅନ୍ତୁ ନାହିଁ. ଏପରି ଅନେକ ବାତ୍ୟା ଆସିଛି । ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି । 6500 ରିଲିଫ ସେଣ୍ଟର ଅଛି, ସେଠାକୁ ଯାଆନ୍ତୁ । ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ । ଆସନ୍ତକାଲି ଓ ତା ପରଦିନ ଅର୍ଥାତ 48 ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ । ସବୁ ରିଲିଫ ସେଣ୍ଟର, ଗାଁରେ ପୋଲିସ ଅଛନ୍ତି । ମହିଳା ପୋଲିସ ବି ଅଛନ୍ତି, ଗାଁରେ ପାଟ୍ରୋଲିଙ୍ଗ ଚାଲିଛି । ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ । କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ, ସରକାରଙ୍କୁ ସହଯୋଗ କରନ୍ତୁ । 13 ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି । ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି । ଜଳସେଚନ ବିଭାଗ ସହ କଥା ହୋଇଛି, ନିଷ୍କାସନ କାମ ବି ଆରମ୍ଭ ହେଲାଣି । ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି । ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର 20 କିଲୋମିଟର ଭିତରେ ଗଛିତ ଅଛି । ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଂଚିଯିବୁ । ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ । ସବୁ ରୋଡ଼ମ୍ୟାପ କରାଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ, ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି । ପ୍ରାଥମିକ ଆକଳନ ରଖିଥିଲୁ 12 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ, ହେଲେ ଏବେ 10 ଲକ୍ଷରୁ କମିଲାଣି । ପୁରୀରେ ପ୍ରକୋପ କମିଲାଣି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ । 19 NDRF ଆସିଲେଣି. 51 ODRAF, 178 ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି । 10 ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି । ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି । ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିଵେ । ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି । ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ । ପୁରୀରୁ ପର୍ଯ୍ୟଟକ ଫେରି ଗଲେଣି । ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ । ଏ ଯାଏଁ ବିଜୁଳି କାଟ ଖବର ଆସିନି । ହେଲେ ପବନ ପାଇଁ ଟିକେ କଟି ପାରେ । ବ୍ୟାକଅପ ସପର୍ଟ ଯେପରି DG, ଜେନେରେଟର ଦିଆଯାଇଛି । ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି ।