ବଡଧରଣର ଡକାୟତି : ୬ କେଜି ସୁନା ଜବତ
ବଡଧରଣର ଡକାୟତି : ୬ କେଜି ସୁନା ଜବତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅନ୍ତର୍ଗତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ମହାବିରୋଡ ଶାଖାରୁ ଗତ ୩ ତାରିଖରେ ହୋଇଥିବା ବଡଧରଣର ଡକାୟତି ଘଟଣାରେ ପୁଲିସ୍ ୯ ଜଣଙ୍କୁ ଗିରଫ କରିଛି । ଗିରଫ ଡକାୟତମାନେ ହେଲେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଏଫସିଆଇ ମୁଣ୍ଡାବଜାରର ସଦାମ୍ ଖାନ୍ ଓରଫ୍ ବିଲୁ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବିଜତଲା ଗ୍ରାମର ରାମି ଟୁଡୁ ଓରଫ୍ ମୁଣ୍ଡା, ବଅଁରପାଳ ଥାନା ବୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଝାଜ୍ରିବାହାଳ ଗ୍ରାମର ନିଳାଦ୍ରୀ ପ୍ରଧାନ ଓରଫ୍ ନିଳ, ବଅଁରପାଳ ଶୁଖୁଆସାହିର ଦିନେଶ ନାଏକ ଓରଫ୍ ଗୁଣ୍ଡୁ, ବଅଁରପାଳ କଲେଜସାହିର ବଳଭଦ୍ର ନାଏକ ଓରଫ୍ ବଳିଆ, ବଅଁରପାଳ ବୃନ୍ଦାବନପୁରର ବସନ୍ତ ଭୋଇ ଏବଂ ତାଙ୍କ ପତ୍ନୀ ଝରଣା ଭୋଇ, ଠାକୁରଗଡ ଥାନା ସାନହୁଲା ଗ୍ରାମର ରଞ୍ଜିତ ନାହକ ଓରଫ୍ କାଳିଆ,ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ମାଝିକା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁ ବୋଲି ସୂଚନା ଦିଆଯାଇଛି ।
ଏହି ବ୍ୟାଙ୍କରୁ ୯ କେଜିରୁ ଊର୍ଦ୍ଧ୍ବ ସୁନାଗହଣା ସମେତ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିଲା । ହେଲେ ପୁଲିସ୍ ସେମାନଙ୍କଠାରୁ ୬ କେଜି ୧୨୦ ଗ୍ରାମ୍ ସୁନା ସହ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି । ଲୁଟରେ ବ୍ୟବହୃତ ଏକ ବୋଲେରୋ, ୪ଟି ବାଇକ୍, ୩ଟି ବନ୍ଧୁକ, ୧୧ ରାଉଣ୍ଡ୍ ଗୁଳି, ୨୬ଟି ମୋବାଇଲ୍ ଫୋନ୍, ୨ଟି ପଞ୍ଚିଙ୍ଗ୍ ମେସିନ୍, ୩ଟି କଟୁରୀ, ୩ ବନ୍ଧୁକ ଜବତ କରାଯାଇଛି ।




admin 