ବଜେଟକୁ କ୍ୟାବିନେଟ ମଞ୍ଜୁରୀ

ବଜେଟକୁ କ୍ୟାବିନେଟ ମଞ୍ଜୁରୀ

ବଜେଟକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ଉପସ୍ଥାନ କରାଯିବ । ବଜେଟ୍ ଉପସ୍ଥାପନ ପୂର୍ବରୁ ସଂସଦ ଭବନରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଛି । ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିଛି । କ୍ୟାବିନେଟ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି ।୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଆଉ କିଛି ସମୟ ପରେ ବଜେଟ ଉପସ୍ଥାନ କରିବେ ଅର୍ଥମନ୍ତ୍ରୀ । ସେହିପରି ଆଜି ପୂର୍ବାହ୍ନ ୧୧ଟା ବେଳେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରାଳୟରେ ପହଞ୍ଚିଛନ୍ତି । ତାଙ୍କ ସହ ଅଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଅର୍ଥମନ୍ତ୍ରୀ ପାରମ୍ପରିକ ବଜେଟ୍‌ ବ୍ରିଫ୍‌କେସ୍‌ ଓ ବହି-ଖାତା ପରିହାର କରିଛନ୍ତି । ଏସବୁ ପରିବର୍ତ୍ତେ ସେ ଭାରତରେ ନିର୍ମିତ ଏକ ‘ଟ୍ୟାବ୍‌ଲେଟ୍‌’ ଧରିଛନ୍ତି । କରୋନା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍‌ ଉପସ୍ଥାପନ ହେବ। ମେଡ-ଇନ-ଇଣ୍ଡିଆ ଟାବଲଏଡ ଜରିଆରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ବଜେଟ୍‌ର ସମସ୍ତ ସଫ୍ଟ କପି, ଅନ୍‌ଲାଇନ ଉପଲବ୍ଧ ହେବ।