ବଜାରରେ ମହାବଳ ବାଘ

ବଜାରରେ ମହାବଳ ବାଘ

ବଜାରରେ ମହାବଳ ବାଘ


ନୈନିତାଲ : ନୈନିତାଲ ଜିଲ୍ଲା ରାମନଗରରେ ଥିବା ଜିମ କୋର୍ବେଟ  ଜାତୀୟ ଉଦ୍ୟାନରୁ ଏକ ମହାବଳ ବାଘ  ବାହାରି ଆସି ନିକସ୍ଥ   ମାରଚୁଲା ବଜାରରେ ବୁଲୁଥିବାରୁ  ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଖବର ପାଇଁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳିରେ ପହଞ୍ଚି ବାଘକୁ ଘଉଡାଇବାକୁ ୯ତର ଫାଙ୍କା  ଗୁଳିଚାଳନା କରିବାକୁ କରିଥିଲେ । ତେବେ ବାଘଟି ଏଥିରେ ବୟଭୀତ ନ ହେବାରୁ ବନ ବିଭାଗର ଜଣେ ଅଧିକାରୀ ଭୂମିକୁ ଲକ୍ଷ୍ୟ କରି ଦୁଇଟି ଗୁଳି ଚଳାଇଥିଲେ । ଗୋଟାଏ ଗୁଳିର  ଭୂମିର ମାଡ ହୋଇ  ନିକଟରେ ଥିବା ବାଗ  ଦେହରେ ପଶି ଯାଇଥିଲା ।

ଗୁରୁତର ଅବସ୍ଥାରେ ବାଘକୁ ନିକଟସ୍ଥ ପଶୁ ଡାକ୍ତରଖାନାରେ  ବର୍ତ୍ତି କରାଯାଇଥିଲା । ତେବେ  ପାକସ୍ଥଳୀରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ  ବାଘର ପ୍ରାଣ ଯାଇଥିଲା । ସେହି ମହାବଳ   ବାଘଟିକି ପୂର୍ବରୁ ମାଚରୁଲା ବଜାରରେ ୨/୩ ଥର ଦେଖିବାକୁ ମିଳିଥିଲା  ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ।