ଫୋନରେ କଥା ହେଉଥିଲେ, ଚାଲିଗଲା ଜୀବନ
ଫୋନରେ କଥା ହେଉଥିଲେ, ଚାଲିଗଲା ଜୀବନ
ଭୁବନେଶ୍ୱର: ଫୋନରେ ସାଙ୍ଗଙ୍କ ସହ କଥା ହେଉ ହେଉ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱରର ଏକ ହୋଟେଲରେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ତାଙ୍କ ଘର ବିଶାଖାପାଟଣାରେ ହୋଇଥିବା ସୂଚନା ମିଳିଛି।
ଗତକାଲି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲରେ ଥିବା ବେଳେ ମୋବାଇଲେ ନିଜ ସାଙ୍ଗଙ୍କ ସହ କଥା ହେଉଥିଲେ। ହଠାତ୍ ବ୍ୟକ୍ତି ଜଣଙ୍କ ଅଟକି ଯାଇଥିବା ବେଳେ ତାଙ୍କ ପାଟିରୁ କିଛି ଶବ୍ଦ ବାହାରି ନଥିଲା। ସନ୍ଦେହ ହେବାରୁ ଏନେଇ ତାଙ୍କ ସାଙ୍ଗ ହୋଟେଲକୁ ଫୋନ୍ କରିଥିଲେ। ରୁମ୍କୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଦେଖିବାକୁ ହୋଟେଲ୍ ବୟକୁ କହିଥିଲେ। ହୋଟେଲ ବୟ ରୁମ୍କୁ ଆସି ଦେଖିଲା ବେଳକୁ ବ୍ୟକ୍ତି ଜଣଙ୍କ ବେଡ୍ ଉପରେ ଶୋଇ ଫୋନ୍ରେ କଥାରେ ହେଉଥିବା ମୁଦ୍ରାରେ ପଡ଼ି ରହିଛନ୍ତି।
ଏନେଇ ସେ ନିଜ ମ୍ୟାନେଜରଙ୍କୁ ଜଣାଇଥିଲେ। ମ୍ୟାନେଜର ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲରେ ହସପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।




admin 