ଫେବୃୟାରୀ ୧ରେ ନିର୍ଭୟା ଦୋଷୀ ପାଇବେ ଫାସୀ

ଫେବୃୟାରୀ ୧ରେ ନିର୍ଭୟା ଦୋଷୀ ପାଇବେ ଫାସୀ

ଫେବୃୟାରୀ ୧ରେ ନିର୍ଭୟା ଦୋଷୀ ପାଇବେ ଫାସୀ
ନୂଆଦିଲ୍ଲୀ – ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ଫାସୀ ପାଇବା ଦିନ ଧାର୍ଯ୍ୟ ସ୍ଥିର ସରିଗଲା । ଫେବୃୟାରୀ ୧ତାରିଖରେ ଫାସିପାଇବାକୁ ନେଇ ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଆରୋରା ଏହି ରାୟ ଦେଇଛନ୍ତି। ସକାଳ ୬ଟାରେ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲ୍ ଦୋଷୀଙ୍କ ବିରୋଧରେ ନୂଆ ଡେଥ୍ ୱାରେଣ୍ଟ ପାଇଁ ଆବେଦନ କରିଥିଲେ। ସରକାରୀ ଓକିଲ ଇରଫାନ୍ ଅହମ୍ମଦ କୋର୍ଟଙ୍କୁ କହିଥିଲେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇଥିଲେ। ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ମିଳିବ ବୋଲି ଦିଲ୍ଲୀ କୋର୍ଟ ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ, ଅକ୍ଷୟ ଓ ବିନୟଙ୍କ ମଧ୍ୟରୁ ମୁକେଶ କ୍ଷମା ଆବେଦନ ବା ମର୍ସି ପିଟିସନ ଦାଖଲ କରିବା ପରେ ଏହା ସ୍ଥଗିତ ରହିଥିଲା। ବର୍ତ୍ତମାନ ତିହାର ଜେଲରେ ୪ ଦୋଷୀ ବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଜାନୁଆରୀ ୭ରେ ଦିଲ୍ଲୀ କୋର୍ଟ ମୃତ୍ୟୁ ପରୱାନା ଜାରି କରିଥିଲେ।