ଫୁଲିଲା ମହାନଦୀକୁ ଡେଇଁଲେ ଯୁବତୀ

ଫୁଲିଲା ମହାନଦୀକୁ ଡେଇଁଲେ ଯୁବତୀ

ଫୁଲିଲା ମହାନଦୀକୁ ଡେଇଁଲେ ଯୁବତୀ

ତାଳଚେର : ମହାନଦୀର ଜଳସ୍ତର ଅଧିକ ରହିଛି । ସେଥିପାଇଁ ରାଜ୍ୟର ଅନ୍ୟ ନଦୀ ଗୁଡିକର ଜଳସ୍ତର ବଢି ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଭିତରେ ଉଛୁଳା ମହାନଦୀକୁ ଜଣେ ଯୁବତୀ ଡେଇଁ ପଡିଛନ୍ତି । ଏପରି ଅଭାବନୀୟ ଘଟଣା ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍‌ ଅନ୍ତର୍ଗତ ସମଲ ଥାନା ଅଂଚଳରେ ଘଟିଛି ।

ସୂଚନା ଅନୁସାରେ ସ୍ଥାନୀୟ ଟିପୋ ଗ୍ରାମର ଜଣେ ଯୁବତୀ ଆଜି ସକାଳେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍‌ ନିକଟକୁ ଆସିଥିଲେ । ହଠାତ୍‌ ନଦୀବନ୍ଧ ବା ବ୍ୟାରେଜ ଉପରୁ ଡେଇଁ ଆଜି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ବ୍ରିଜ ଉପରେ ଉପସ୍ଥିତ ଥିବା ଅଂଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍‌ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ବ୍ୟାରେଜ କତ୍ତୃପକ୍ଷ ତୁରନ୍ତ ଖୋଲା ଥିବା ନିକଟସ୍ଥ ଗେଟ୍‌ଗୁଡିକୁ ବନ୍ଦ କରିଦେଇଥିଲେ । ଏହାପରେ ସ୍ଥାନୀୟ କିଛି ଲୋକ ଗେଟ୍‌ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ କୁଳକୁ ଆଣିଥିଲେ । ହେଲେ ଭାଗ୍ୟବଶତଃ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଯୁବତୀଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ସମଲ ପୁଲିସ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି  । ତେବେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି  ।